ଭଦ୍ରକ: ଚାଷ କରିବା ବେଳେ ବଜ୍ରାଘାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ମୃତ ଭାଇ ତିହିଡିର ହରସିଂହପୁର ପଞ୍ଚାୟତର ଚଣ୍ଡିସାହି ଗ୍ରାମର । ୩ ଜଣଙ୍କୁ ତିହିଡି ସ୍ୱାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଦେଖାଦେଇଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










