19.1 C
Bhubaneswar
Thursday, February 12, 2026
Homeଅପରାଧପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ

ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ

ଦଶପଲ୍ଲା: ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ । ଏଭଳି ଅଭାବନୀୟ ଘଟଣା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀ ଗ୍ରାମରେ ଘଟିଛି । ପୁତୁରା ଅଶୋକ ମଲିକଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସମ୍ପର୍କୀୟ ଦାଦା କବିର ପ୍ରଧାନଙ୍କ ଜୀବନ। ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ସ୍ଥାନୀୟ ଲୋକଙ୍କ କହିବା କଥା ନିଶାସକ୍ତ ଅବସ୍ଥାରେ ଅଶୋକ ମଲିକ ଆସି କବିର ପ୍ରଧାନଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଅଭିଯୁକ୍ତ ପୁତୁରା ଅଶୋକ ମଲିକକୁ କାବୁ କରିବା ସହ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛି। ସେପଟେ କବିର ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking