21.1 C
Bhubaneswar
Wednesday, December 17, 2025
Homeଓଡିଶାବ୍ରୋଞ୍ଜ ପଦକ ବିଜୟୀ କନଷ୍ଟେବଳ ସୁସ୍ମିତା ଟିଗା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଲେ

ବ୍ରୋଞ୍ଜ ପଦକ ବିଜୟୀ କନଷ୍ଟେବଳ ସୁସ୍ମିତା ଟିଗା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଲେ

ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ, ସବିତା ଟପ୍ପୋ ଗୋଟିଏ ସ୍ବର୍ଣ୍ଣ ପଦକ, ଗୋଟିଏ ବ୍ରୋଞ୍ଚ ପଦକ ଏବଂ ସୁସ୍ମିତା ଟିଗା ଗୋଟିଏ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ଚାରି ଦିନ ମଧ୍ୟରେ ୯ ଟି ସ୍ଵର୍ଣ ପଦକ, ୨ଟି ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଚ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି।  କନଷ୍ଟେବଳ ଅଶୋକ ଦଣ୍ଡସେନା ପୁରୁଷ ବିଭାଗ ୫୦୦୦ ମିଟର ଓ ୧୦୦୦୦ ମିଟର ଦୌଡ଼ରେ ୨ଟି ସ୍ୱର୍ଣ୍ଣ ପଦକ ଏବଂ ୪୦୦×୪୦୦ ରିଲେରେ ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୂର୍ଵରୁ ସେ ୮୦୦ ମିଟର ଓ ୧୫୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ।

କନଷ୍ଟେବଳ ସବିତା ଟପ୍ପୋ ମହିଳା ବିଭାଗ ୧୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଓ ୪୦୦ ମିଟର ବାଧାଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସେହିପରି କନଷ୍ଟେବଳ ସୁସ୍ମିତା ଟିଗା ମହିଳା ବିଭାଗ ୪୦୦x୪୦୦ ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପୂର୍ଵରୁ ସେ ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଓ ୮୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହି ଯୁବ ଖେଳାଳିମାନଙ୍କ ନିଷ୍ଠା, ଆଗ୍ରହ, ଦୃଢ଼ତା ଏବଂ ପରିଶ୍ରମ ଦେଶ ତଥା ରାଜ୍ୟକୁ ଗର୍ବିତ କରିଛି। ଏହି ଯୁବ କ୍ରୀଡ଼ାବିତ ମାନଙ୍କ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking