ଗଞ୍ଜାମ: ସ୍ତ୍ରୀ ସହ ଝଗଡା ହୋଇ ନିଜ ବେକ କାଟି ନିଜେ ମେଡିକାଲ ଆସିଲେ ଯୁବକ । ବ୍ରହ୍ମପୁରରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ସହ ଝଗଡା କରି ନିଜ ବେକ କାଟିଲେ ଯୁବକ । ବ୍ରହ୍ମପୁର ବଡବଜାର ଥାନା ଖାରବେଳ ନଗରରେ ଅଭାବନୀୟ ଘଟଣା ଘଟିଛି । ଗରୁତର ଯୁବକ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘରୋଇ କଳିରୁ ଯୁବକ ବେକ କାଟିଦେଇଥିବା ସୂଚନା ମିଳିଛି ।










