ଭୁବନେଶ୍ୱର: ଶରଧାବାଲିରେ ଦଳାଚକଟା ଘଟଣାରେ ମୃତ ମହିଳାଙ୍କ ପରିବାରକୁ ମିଳିଲା ସହାୟତା । ଖୋଦ୍ଧାର ମୃତ ମହିଳା ବାସନ୍ତୀ ସାହୁଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମୃତକ ହେଲେ ବୋଲଗୋଡ ଥାନା ଗୋବର୍ଧନପୁର ଗାଁର । ସୂଚନା ଥାଉ କି କିଛି ଦିନ ତଳେ ଶରଧାବାଲିରେ ପ୍ରବଳ ଅବ୍ୟବସ୍ଥା ଯୋଗୁଁ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ମନରେ ସୋକର ଛାୟା ଖେଳିଯାଇଥିଲା ।










