ଗଞ୍ଜାମ: ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ । ବେଗୁନିଆପଡା ଥାନା ବି ନୂଆପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଛି । ୩ରୁ ଅଧିକ ଯୁବକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ନିରାକାର ଦାସ । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି । ଘଟଣାପରେ ବେଗୁନିଆ ପଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ପରିବାର ଲେକେ ବେଗୁନିଆପଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାରେ ୪ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପୂର୍ୱ ଶତ୍ରୁତାତୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।










