15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶତେଲେଙ୍ଗାନା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ତେଲେଙ୍ଗାନା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ: ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର  ପଶାମାଇଲାରାମ ଶିଳ୍ପାଞ୍ଚଳର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଥିଲା ।  ସିଗାଚି ଇଣ୍ଡଷ୍ଟ୍ରି ନାମକ ଏକ କାରଖାନାରେ ଏହି ବିସ୍ଫୋରଣ ଘଟିଛି ।  ଯେଉଁଥିରେ ଏପଯ୍ୟନ୍ତ  ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନେକ ଆହତ ହୋଇଛନ୍ତି ।  ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ସୋମବାର ସକାଳେ   ୮ଟା୧୫ରୁ ୯ଟା ୩୫ ମଧ୍ୟରେ  କାରଖାନାରେ ଏକ ବଡ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସେଠାରେ ଉପସ୍ଥିତ ୯୦  ଜଣ କର୍ମଚାରୀ  ଗୁରୁତର  ଭାବରେ  ପ୍ରଭାବିତ ହୋଇଥିଲେ ।  ବିସ୍ଫୋରଣ ପରେ  କାରଖାନାରେ  ନିଆଁ ଲାଗିଯାଇଥିଲା ।  ଏହାର ଏକ ବଡ ଅଂଶ ଭୁଷୁଡି ପଡିଥିଲା ।  ଦୁର୍ଘଟଣା ପରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା ।   ଘଟଣା ପରେ ତୁରନ୍ତ ଏନଡିଆରଏଫ , ଏସଡିଆରଏଫ  ପୋଲିସ ଏବଂ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ  ପହଞ୍ଚିଥିଲେ ।  ନିଆଁ ଲିଭାଇବାରେ ୧୧ଟି ଦମକଳ ଗାଡି  ନିୟୋଜିତ ହୋଇଥିଲା ।  ଗାଡିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଧାର କାଯ୍ୟ ଜାରି ରହିଛି । ଭଗ୍ନାବଶେଷ  ତଳେ ଫସି ରହିଥିବା  ଲୋକଙ୍କୁ  ଉଦ୍ଧାର କରିବା ପାଇଁ  ରୋବୋଟ ମଧ୍ୟ ନିୟୋଜିତ କରାଯାଇଛି ।  ଏଯାଏଁ  ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।  ମୃତକଙ୍କ ସଂପର୍କୀୟ ମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ  ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ  ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ  ଏହି ଘଟଣାରେ  ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାଯ୍ୟକୁ ପ୍ରାଥମିକତା ଦେବା ଏବଂ ଆହତମାନଙ୍କୁ  ସର୍ୱୋତ୍ତମ ଚିକିତ୍ସା  ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking