ଭୁବନେଶ୍ୱର: ବିରୋଧୀଙ୍କ ସମାଲୋଚନାର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି କହିଲେ ଆଇନ ମନ୍ତ୍ରୀ । ଜଣ୍ଡିସ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି । ଅତୀତରେ ସେମାନଙ୍କୁ ତ୍ରୁଟି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି । ମୋ ଦେଖିବାରେ ୧୯୭୭ ଠାରୁ ଆଜି ଯାଏଁ ପ୍ରଥମ ଦିନରେ ରଥ ପହଞ୍ଚିନି । ଅଧିକାଂଶ ବର୍ଷ ରଥ ଦ୍ୱିତୀୟ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାନ୍ତି । ଯେଉଁମାନେ ରାଜନୀତି କରୁଛନ୍ତି , ଆଜି ନହେଲେ କାଲି ଭୋଗିବେ ।










