ପୁରୀ: ରଥଯାତ୍ରା ପାଇଁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରି । ଦୁଇ ଚକିଆ ଯାନରେ ପୁରୀକୁ ଆସିବାକୁ ଥିଲେ କେଉଁଠି ରଖିବେ ଗାଡି । ସେନେଇ ବ୍ୟବସ୍ଥା କରିଛି ପୋଲିସ । ଭୁବନେଶ୍ୱରରୁ ପୁରୀ ଯାଇଥିଲେ ସମସ୍ତ ବାଇକ ମଙ୍ଗଳାବାଟ ଛକ ଠାରୁ ମଶାଣି ଚଣ୍ଡୀ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ କରିବେ । ଜଗନ୍ନାଥ ବଲ୍ଲଭ ପାର୍କି ଫୁଲ ହୋଇଯିବା ପରେ ମାଟିତୋଟା ହେଲିପ୍ୟାଡ ପଡିଆରେ ବାଇକ ପାର୍କି କରିବେ । ବ୍ରହ୍ମଗିରି ପଟୁ ଆସୁଥିବା ପଯ୍ୟଟକ ବସ ଫ୍ଲୋରିସ ଇଣ୍ଡିଆ ପାର୍କିରେ ରଖିବେ । କୋଣାର୍କ ପଟୁ ପୁରୀ ଆସୁଥିଲେ ଦୁଇ ଚକିଆ ଯାନ ବ୍ଲ୍ୟୁ ଫ୍ଲାଗ ବେଳାଭୁମି ଓ ନୀଳାଚଳ ଅଶୋକଠାରେ ପାର୍କିଂ କରିବା ନେଇ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ପଟୁ ପୁରୀ ଯାଉଥିବା ୪ ଚକିଆ ଯାନ ମାଳତୀପାଟପୁର ବ୍ରିଜ ଦେଇ ତାଳବଣିଆ ପଟେ ନିର୍ଧାରିତ ଯାନ ରହଣି ସ୍ଥଳ ପଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥିଭବନ ଏବଂ ଶିଳ୍ପ ତାଲିମ କେନ୍ଦ୍ର ହେଲିପ୍ୟାଡ , ଇଣ୍ଡୋର ଷ୍ଟାଡିୟମ , ଉଦ୍ୟାନ କୃଷି ପଡିଆ , ସ୍ୱଚ୍ଛ ମାଛ ବଜାରଠାରେ କ୍ରମାନ୍ୟୟନରେ ପାର୍କି କରିବେ । ବ୍ରହ୍ମଗିରି ପଟୁ ପୁରୀ ଆସୁଥିବା ୪ ଚକିଆ ଯାନ ମଙ୍ଗଳାବାଟ ଛକଠାରୁ ଷ୍ଟ୍ରଲିଂ ଛକ ପଯ୍ୟନ୍ତ ନିର୍ଧାରିତ ସ୍ଥାନରେ ପାର୍କି କରିବେ । ସେହିଭଳି କୋଣାର୍କ ପଟୁ ପୁରୀ ଆସୁଥିବା ସମସ୍ତ ହାଲକା ଯାନ ତାଳବଣିଆ ପଟେ ନିର୍ଧାରିତ ଯାନ ରହଣିସ୍ଥଳକୁ ଯିବେ । ଏବଂ ସେଠାରେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର ହେଲିପ୍ୟାଡ , ଇଣ୍ଡୋର ଷ୍ଟାଡିୟମ , ଉଦ୍ୟାନ କୃଷି ପଡିଆ , ସ୍ୱଚ୍ଛ ମାଛ ବଜାରଠାରେ କ୍ରମାନ୍ୟୟନରେ ପାର୍କି କରିବେ ।









