19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମହାକାଶରୁ ଶୁଭାଂଶୁ କଣ ବାର୍ତ୍ତା ଦେଲେ ଜାଣନ୍ତୁ..

ମହାକାଶରୁ ଶୁଭାଂଶୁ କଣ ବାର୍ତ୍ତା ଦେଲେ ଜାଣନ୍ତୁ..

ନୂଆଦିଲ୍ଲୀ: ମହାକାଶରୁ ଶୁଭାଂଶୁ ତାଙ୍କର ପ୍ରଥମ ବାର୍ତ୍ତା ରେ କହିଛନ୍ତି ପ୍ରିୟ ଦେଶବାସୀ। ଏହା ଏକ ସୁନ୍ଦର ଯାତ୍ରା ଥିଲା। 41 ବର୍ଷ ପରେ ଆମେ ପୁନର୍ବାର ମହାକାଶକୁ ଫେରିଛୁ। ଆମେ ଘଣ୍ଟା ପ୍ରତି 7:30 କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୂରି ବୁଲୁଛୁ। କାନ୍ଧରେ ତ୍ରିରଙ୍ଗା ଧରି, ଆପଣମାନେ ଏହି ଯାତ୍ରାରେ ମୋ ସହିତ ଅଛନ୍ତି। ଏହା କେବଳ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ମୋର ଯାତ୍ରା ନୁହେଁ ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମୁଁ ଚାହେଁ ଯେ ସମସ୍ତ ଦେଶବାସୀ ଏହାର ଅଂଶ ହୁଅନ୍ତୁ। ଆପଣଙ୍କ ଛାତି ମଧ୍ୟ ଗର୍ବରେ ଫୁଲିଯାଉ। ଆପଣମାନେ ସମସ୍ତେ ଉତ୍ସାହ ମଧ୍ୟ ଦେଖାଇବା ଉଚିତ। ଆସନ୍ତୁ ଆମେ ଏକାଠି ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା। ଜୟ ହିନ୍ଦ! ଜୟ ଭାରତ!  ସୂଚନା ଥାଉ କି ଭାରତୀୟ ସମୟ ୧୨ଟା ୧ରେ ଲଞ୍ଚ ହେଲା ଆକ୍ସିଅମ-୪ ମିଶନ । ଭାରତ ପାଇଁ ଏକ ଐତିହାସିକ ଦିନ । ମହାକାଶକୁ ଉଡାଣ ଭାରି ଇତିହାସ ରଚିଲେ ଶୁଭ୍ରାଂଶୁ ଶୁକ୍ଳା । ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଫାଇକନ ୩୯ଏରୁ ଲଞ୍ଚ ହୋଇଛି । ୨୬ ଜୁନ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟରେ ଡକିଂ ହେବ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking