25.1 C
Bhubaneswar
Monday, December 8, 2025
Homeଓଡିଶାଯକ୍ଷ୍ମା ବିରୋଧୀ ଲଢ଼େଇରେ ସାମୁହିକ ଉଦ୍ୟମ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଯକ୍ଷ୍ମା ବିରୋଧୀ ଲଢ଼େଇରେ ସାମୁହିକ ଉଦ୍ୟମ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଯକ୍ଷ୍ମା ବିରୋଧୀ ଲଢ଼େଇରେ ସାମୁହିକ ଉଦ୍ୟମ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଜୁନ ୨୪ ତାରିଖ ଦିନ ରାଜଭବନରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ପ୍ରଗତି ସମ୍ପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଯକ୍ଷ୍ମା ନିରାକରଣ ଦିଗରେ ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୋଷ୍ଠୀ ସମ୍ପୃକ୍ତି ଏବଂ ସାମାଜିକ ଦାୟିତ୍ୱବୋଧ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଏବଂ ସେମାନଙ୍କର ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ଯୋଗଦାନ ଦେବାକୁ ନାଗରିକମାନଙ୍କୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।

ଏହି ଅଭିଯାନରେ ବ୍ୟାପକ ଜନ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ତଥା ସଚେତନତା ବୃଦ୍ଧି କରିବା ପାଇଁ ପଦକ୍ଷେପ ସ୍ୱରୂପ ରାଜଭବନ ପକ୍ଷରୁ ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ପ୍ରଦାନ କରାଯିବ ବୋଲି କହିଥିଲେ। ଏ ଦିଗରେ ଉଦାହରଣ ଭାବରେ ନେତୃତ୍ୱ ନେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି । ଏପରି ମହତ ଉଦ୍ଦେଶ୍ୟ ନିମନ୍ତେ ସମର୍ଥନ, ସହଯୋଗ ଏବଂ ସଚେତନତାକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଚିଠି ଲେଖି ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା, ପୁଷ୍ଟିକର କିଟ୍ ଯୋଗାଇ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିବେ ବୋଲି ରାଜ୍ୟପାଳ କହିଛନ୍ତି । ଏତଦବ୍ୟତୀତ ବିଶ୍ୱବିଦ୍ୟାଳୟର ଭାଇସ୍-ଚାନସେଲର , ଅଧ୍ୟାପକ, ସାମାଜିକ ସଂଗଠନ ଏବଂ ଜନହିତୈଷି ଅନୁଷ୍ଠାନ ମାନେ ଯକ୍ଷ୍ମା ରୋଗୀଙ୍କୁ ଗ୍ରହଣ କରିବା ସହିତ ପୁଷ୍ଟିକର କିଟ୍ ଯୋଗାଇବା ନିମନ୍ତେ ଅନୁରୋଧ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି ।

ଯକ୍ଷ୍ମା ନିରାକରଣ ପାଇଁ କେବଳ ସରକାରଙ୍କ ପ୍ରୟାସ ନୁହେଁ, ବରଂ ପ୍ରତ୍ୟେକ ସ୍ତରରେ ବ୍ୟକ୍ତି, ଅନୁଷ୍ଠାନ ଏବଂ ନାଗରିକ ସମାଜକୁ ନେଇ ଏକ ସାମୂହିକ ସାମାଜିକ ଆନ୍ଦୋଳନ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର- ତଥା ଶାସନ ସଚିବ ଅଶ୍ୱତୀ ଏସ୍ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନରେ ଯକ୍ଷ୍ମା ରୋଗୀ ଚିହ୍ନଟ, ଚିକିତ୍ସା ଏବଂ ଜନସାଧାରଣଙ୍କ ସହଭାଗୀତାରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ.ଏଚ.ଏମ.) ଓଡିଶାର ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଧା ଡି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking