28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆମେରିକା ଆକ୍ରମଣକୁ ଇରାନର ନିନ୍ଦା

ଆମେରିକା ଆକ୍ରମଣକୁ ଇରାନର ନିନ୍ଦା

ଇରାନ: ଇସ୍ରାଏଲ-ଇରାନ ଯୁଦ୍ଧରେ ପ୍ରବେଶ କରିଛି ଆମେରିକା। ଇରାନ ଉପରେ ଆମେରିକା ଆକ୍ରମଣ କରିଛି। ଆମେରିକାର ଏହି ଆକ୍ରମଣକୁ ନିନ୍ଦା କରିଛି ଇରାନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି। ତେବେ ଯେକୌଣସି ଦେଶ ଇସ୍ରାଏଲକୁ ଯୁଦ୍ଧରେ ସହାୟତା କଲେ ତା’ ଉପରେ ଇରାନ ଆକ୍ରମଣ କରିବ ବୋଲି ପୂର୍ବରୁ ଚେତାଇ ଦେଇଥିଲା। ଫଳରେ ଯୁଦ୍ଧ ଅଧିକ ଉଗ୍ର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି। ଆମେରିକା ଏହାର ବି-୨ ଷ୍ଟିଲ୍‌ଥ ବମ୍ବର ବା ଗୁପ୍ତ ବୋମାବର୍ଷୀ ବିମାନ ଜରିଆରେ ଇରାନର ଫୋର୍ଡୋ, ନତାଞ୍ଜ ଏବଂ ଇସଫହାନ ପରମାଣୁ ଘାଟିକୁ ଧ୍ବଂସ କରିଦେଇଛି। ଫୋର୍ଡୋ ପରମାଣୁ ଘାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ନେଇ ଇରାନ ସ୍ଵୀକାର କରିଛି। ଫୋର୍ଡୋ ପରମାଣୁ ଘାଟି ଅତ୍ୟନ୍ତ ସୁରକ୍ଷିତ ରହିଥିଲା। ଭୂପୃଷ୍ଠର ଅତି ଗଭୀରରେ ଏହାକୁ ଇରାନ ନିର୍ମାଣ କରିଥିଲା। ଏହାକୁ ନଷ୍ଟ କରିବାକୁ ଆମେରିକା ୩୦ ହଜାର ପାଉଣ୍ଡ ଓଜନ ବିଶିଷ୍ଟ ୬ଟି ବଙ୍କର ବଷ୍ଟର ବୋମା ବ୍ୟବହାର କରିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking