29.1 C
Bhubaneswar
Sunday, February 8, 2026
Homeଓଡିଶାବିକାଶମୂଳକ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବାକୁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱ

ବିକାଶମୂଳକ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବାକୁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଗତକାଲି ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ” ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା- “ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭” ର ଶୁଭ ଉନ୍ମୋଚନ ପରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ସଂପର୍କରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବି.ଭି.ଆର ସୁବ୍ରମଣ୍ୟମ୍ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଥିଲେ । ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ “ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭” ପ୍ରସ୍ତୁତିରେ ସମସ୍ତ ବିଭାଗର ସଚିବମାନଙ୍କର ଉଲ୍କେଖନୀୟ ଭୂମିକାକୁ ପ୍ରଶଂସା କରିଥିଲେ । ମାତ୍ର ୧୧ ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, ବିଭିନ୍ନ ବର୍ଗ ତଥା ଜନସାଧାରଣଙ୍କ ଠାରୁ ମତାମତ, ବିଭିନ୍ନ କ୍ଷେତ୍ରରୁ ମତାମତ ଗ୍ରହଣ ପରେ ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଓଡ଼ିଶା ଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ହେଲେ ଏଥିରେ ଉଲ୍କିଖିତ ବିଭିନ୍ନ ପ୍ରସ୍ତାବକୁ ପ୍ରଥମେ ଭଲଭାବେ ବୁଝିବା ଆବଶ୍ୟକ, ଯଦ୍ୱାରା କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରାଯାଇପାରିବ । ସି.ଇ.ଓ, ନୀତି ଆୟୋଗ ରାଜ୍ୟ ସରକାରଙ୍କ “୩୬ ଫର ୩୬” ଲକ୍ଷ୍ୟ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ସେ ରାଜ୍ୟ ସରକାରଙ୍କୁ “ଓଡ଼ିଶା ଭିଜନ ସେଲ” ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ସେଲ ପ୍ରତି ମାସରେ ‘ଓଡ଼ିଶା ଭିଜନ’ ରେ ଥିବା ଲକ୍ଷ୍ୟ ସାଧନରେ କାର୍ଯ୍ୟ ଅଗ୍ରଗତି ନିୟମିତ ଭାବେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ । ସେହିପରି ଜିଲ୍ଲାସ୍ତରରେ ଓଡିଶା ଭିଜନ ୟୁନିଟ ସ୍ଥାପନ ସହ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏବଂ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଉଚ୍ଚସ୍ତରୀୟ କମିଟି ଗଠନ ପୂର୍ବକ ବିଭିନ୍ନ ସମୟରେ ସମୀକ୍ଷା ଓ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ନୀତି ଆୟୋଗଙ୍କ ସହଯୋଗ ଏବଂ ରାଜ୍ୟ ସରକାରଙ୍କ ସାମଗ୍ରିକ ପ୍ରୟାସରେ ଏହି ଡକ୍ୟୁମେଣ୍ଟ ଏକ ଗୁଣାତ୍ମକ ଡକ୍ୟୁମେଣ୍ଟ ହୋଇପାରିଛି । ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଆମକୁ ଓଡ଼ିଶା ଭିଜନର ଲକ୍ଷ୍ୟ ସାଧନରେ ସହାୟକ ହେବ । ଦକ୍ଷତା ବିକାଶ ଏବଂ ସମ୍ମିଳିତ ପ୍ରୟାସରେ ଅଭିବୃଦ୍ଧି ହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ l ଏହି ଭିଜନ କାର୍ଯ୍ୟକାରୀ କରିବା, ଓଡ଼ିଶା ତଥା ଦେଶର ବିକାଶ ପାଇଁ ଏକ ଅନନ୍ୟ ସୁଯୋଗ ହେବ ବୋଲି ମୁଖ୍ୟ ସଚିବ ପ୍ରକାଶ କରିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ ଓଡ଼ିଶା ଭିଜନ ପ୍ରସ୍ତୁତିରେ ନୀତି ଆୟୋଗଙ୍କ ସହଯୋଗ, ସମସ୍ତ ସଚିବ ମାନଙ୍କ ଆନ୍ତରିକ ପ୍ରଚେଷ୍ଟାକୁ ଧନ୍ୟବାଦ ଜଣାଇଥିଲେ । ରାଜନୈତିକ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ସମ୍ମିଳିତ ପ୍ରୟାସ ଏହାକୁ ପ୍ରସ୍ତୁତ କରିବାରେ ସକ୍ଷମ କରିପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଭିଜନ ଓଡ଼ିଶାରେ ଥିବା ବିଭିନ୍ନ ଲକ୍ଷ୍ୟ ପୂରଣ ନେଇ ସଚିବମାନେ ନୀତି ଆୟୋଗ ସିଇଓଙ୍କ ସହିତ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking