ବାଲେଶ୍ୱର: ସମୁଦ୍ରରେ ବୁଡିଗଲେ ୩ ପର୍ଯଟକ । ସେଥିମଧ୍ୟରୁ ଜଣେ ମୃତ, ଜଣେ ନିଖୋଜ । ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଘଚିଛି ଏଭଳି ଅଘଚଣ । ୩ ପର୍ଯ୍ୟଟକ ଭାସିଯାଇଥିବା ପ୍ରଶାସନ ପକ୍ଷରୁ ସ୍ପିଡ ବୋଟ ଜରିଆରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା ସେଥିମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡ଼ିଛି।










