25.1 C
Bhubaneswar
Monday, February 23, 2026
Homeଓଡିଶାବଜ୍ରପାତରେ ଦୁଇ ମହିଳା ମୃତ

ବଜ୍ରପାତରେ ଦୁଇ ମହିଳା ମୃତ

ରାୟଗଡା : ରାୟଗଡା ଜିଲ୍ଲା ଗୁଡାରି ସଦରମହକୁମା ଠାରେ ବଜ୍ରପାତରେ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ମୁତାବକ ସୋମବାର ଶେଷ ରଜ ଉପଲକ୍ଷେ ସ୍ଥାନୀୟ ମିଲ ଢ଼େପସାହିର ପ୍ରାୟ ୪୦ ଜଣ ଏକ ବଣଭୋଜିର ଆୟୋଜନ କରିଥିଲେ। ବଣଭୋଜି ପରେ ଘରକୁ ଫେରିବା ସମୟରେ ଗୁଡାରି ନିକଟସ୍ଥ ବାଟିଆବିଲ ଠାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଗୁଡାରୀ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୋନାଲୀ ଗୌଡ ଓ ରୁପାଲୀ ଗୌଡ଼ଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲେନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଉଭୟ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣାରେ ସାମାନ୍ୟ ଆହତ ହୋଇଥିବା କାଜଲ ଗୌଡଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ମୃତ୍ୟୁ ଖବର ପ୍ରଚାର ହେବା ପରେ ଗୁଡାରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣାର ତଦନ୍ତ ଗୁଡାରି ପୁଲିସ ପକ୍ଷରୁ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking