21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସାଇପ୍ରସକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ। ଏହି ସମୟରେ ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହି ସମୟରେ, ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମ୍ମାନ ପାଇଁ ଖୁସି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାଇପ୍ରସକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମ ଏବଂ ସାଇପ୍ରସର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- “ଗତକାଲି ଠାରୁ, ଯେତେବେଳେ ମୁଁ ସାଇପ୍ରସର ମାଟିରେ ପାଦ ଦେଇଥିଲି, ରାଷ୍ଟ୍ରପତି ଏବଂ ଏଠାକାର ଲୋକଙ୍କ ଦ୍ୱାରା ପ୍ରଦର୍ଶିତ ସ୍ନେହ ଏବଂ ପ୍ରେମ ମୋ ହୃଦୟକୁ ଛୁଇଁଥିଲା। କିଛି ସମୟ ପୂର୍ବରୁ, ମୋତେ ସାଇପ୍ରସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ୧୪୦ କୋଟି ଦେଶବାସୀଙ୍କୁ ଉତ୍ସର୍ଗୀକୃତ। ଏହା ସାଇପ୍ରସ ଏବଂ ଭାରତ ମଧ୍ୟରେ ବନ୍ଧୁତାର ମୋହର।” ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ମୋଦିଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ଆର୍ଚବିଶପ ମାକାରିଓସ୍ ତୃତୀୟଙ୍କ ନାମରେ ନାମିତ।

ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ସହିତ, ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୩ଟି ଦେଶରେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଇଥିବା ପୁରସ୍କାରଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ସେୟାର କରି ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ଭାରତର କୌଣସି ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏତେ ଗଭୀର ପ୍ରଭାବ ପକାଇ ନାହାଁନ୍ତି। ଏହା କେବଳ ଜଣେ ନେତାଙ୍କ ବିଷୟରେ ନୁହେଁ, ଏହା ବିଶ୍ୱ ସ୍ତରରେ ଭାରତର ଆର୍ଥିକ ଶକ୍ତି, ରଣନୈତିକ ସ୍ପଷ୍ଟତା ଏବଂ କୂଟନୈତିକ ଦୃଢ଼ତାର ଉତ୍ଥାନକୁ ପ୍ରତିଫଳିତ କରେ। ୧୪୦ କୋଟି ଭାରତୀୟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅତୁଟ ବିଶ୍ୱାସ ବିନା ଏସବୁ ସମ୍ଭବ ହୋଇପାରିନଥାନ୍ତା।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking