26.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣା: ୮୭ ମୃତକଙ୍କ ଡିଏନଏ ମ୍ୟାଚ୍

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ୮୭ ମୃତକଙ୍କ ଡିଏନଏ ମ୍ୟାଚ୍

ଅହମ୍ମଦାବାଦ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବାର ଚାରି ଦିନ ପରେ, ଏପର୍ଯ୍ୟନ୍ତ ୮୭ ଜଣ ମୃତକଙ୍କୁ ଡିଏନଏ ମ୍ୟାଚ୍ ମାଧ୍ୟମରେ ଚିହ୍ନଟ କରାଯାଇଛି । ୪୭ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସୋମବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଜୁନ୍ ୧୨ ତାରିଖରେ ବିମାନ ଦୁର୍ଘଟଣାରେ ପୋଡ଼ି ଯାଇଥିବା ବେଳେ ସେମାନଙ୍କ ମୃତଦେହ ଚିହ୍ନଟ କରିବା ସମ୍ଭବ ପରା ହୋଇପାରି ନଥିଲା , ତେଣୁ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକାରୀମାନେ ଡିଏନଏ ପରୀକ୍ଷା କରୁଛନ୍ତି।

ଅତିରିକ୍ତ ସିଭିଲ୍ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ରଜନିଶ ପଟେଲ ସାମ୍ବାଦିକମାନଙ୍କୁ କହିଛନ୍ତି, “ଏପର୍ଯ୍ୟନ୍ତ ୮୭ ଟି ଡିଏନଏ ନମୁନା ମେଳ ହୋଇଛି ଏବଂ ୪୭ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ମୃତକମାନେ ଗୁଜୁରାଟର ବିଭିନ୍ନ ଅଞ୍ଚଳ, ଯେପରିକି ଭରୁଚ, ଆନନ୍ଦ, ଜୁନାଗଡ଼, ଭାବନଗର, ଭଦୋଦରା, ଖେଡା, ମେହସାଣା, ଆରାବଲ୍ଲୀ ଏବଂ ଅହମ୍ମଦାବାଦ ଜିଲ୍ଲାରୁ ଆସିଥିଲେ।”  ସୂଚାନଥାଉ କି, ଗତ ଗୁରୁବାର ଦିନ ୧.୩୯ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଅହମ୍ମଦାବାଦର ଏକ ମେଡିକାଲ କଲେଜ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲଣ୍ଡନ ଯାଉଥିବା ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଜଣେ ଯାତ୍ରୀ ଚମତ୍କାର ଭାବରେ ବଞ୍ଚି ଯାଇଥିଲେ। ଦୁର୍ଘଟଣାରେ ୫ ଜଣ MBBS ଛାତ୍ରଙ୍କ ସମେତ ଅନ୍ୟ ୨୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking