ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଇଜା ବ୍ୟାପିବା ପ୍ରସଙ୍ଗ । ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ । ଟ୍ୱିଟ କରି ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା । କହିଲେ ସରକାର ହଇଜାକୁ ହାଲକା ଭାବେ ନେଉଛନ୍ତି । ଏହା ସମସ୍ତଙ୍କୁ ବେଶ ଚକିତ ଓ ବିଚଳିତ କରୁଛି । ଲୋକଙ୍କ ଜୀବନ ବିପଦକୁ ନଠେଲି ସଜାଗ ହୁଅନ୍ତୁ । ଏହାକୁ ରୋକିବାକୁ ତୁରନ୍ତ ଦୃଢ ପଦକ୍ଷେପ ନିଅନ୍ତୁ । ଦୀର୍ଘବର୍ଷ ଧରି ରାଜ୍ୟରେ ଏହା ଦେଖିବାକୁ ମିଳିନଥିଲା । ଯାଜପୁର, କେନ୍ଦ୍ରପଡା, ଭଦ୍ରକ, ପୁରୀକୁ ବ୍ୟାପିଲାଣି । କଟକ, କେନ୍ଦୁଝର ଜିଲ୍ଲାକୁ ବି ବ୍ୟାପିଲାଣି ହଇଜା । ୧୪ ଜଣଙ୍କ ମୃତ୍ୟୁ ମୋତେ ବ୍ୟଥିତ କରିଛି । ମୃତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।
ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି।
ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି।
ବର୍ତ୍ତମାନ…
— Naveen Patnaik (@Naveen_Odisha) June 15, 2025










