ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିଲା ବେଳେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରିଛି। ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ ମାଝୀ । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ମୋବାଇଲ ପାଇଁ ଦୁହେଁ ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ ।










