27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବଳାତ୍କାର ଚେଷ୍ଟା ପଡିଲା ମହଙ୍ଗା, ରକ୍ତାକ୍ତ ଅବସ୍ଥାରେ ପଡିଲେ ଡାକ୍ତରଖାନାରେ

ବଳାତ୍କାର ଚେଷ୍ଟା ପଡିଲା ମହଙ୍ଗା, ରକ୍ତାକ୍ତ ଅବସ୍ଥାରେ ପଡିଲେ ଡାକ୍ତରଖାନାରେ

ବିହାର: ବଳାତ୍କାର କରିବାକୁ ଚେଷ୍ଟା କରିବା ପଡିଲା ମହଙ୍ଗା। ଯାହାକୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲେ ସେ ହିଁ ପ୍ରାଇଭେଟ ପାର୍ଟ କାଟିଦେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଜିଲ୍ଲାର ପାରୁ ଥାନା ଅଞ୍ଚଳର ଏକ ଗାଁରେ। ଏଠାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଜୋର ଜବରଦସ୍ତ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ, ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ଯେଉଁ ମହିଳାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ, ସେ ପ୍ରତିବାଦ ସ୍ୱରୂପ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଲେ।

ଯାହାଦ୍ୱାରା ବ୍ୟକ୍ତି ଜଣଙ୍କ ରକ୍ତରେ ଜୁଡୁବୁଡୁ ହୋଇ ଗୁରୁତର ହୋଇଯାଇଥିଲେ। ତା ପରେ ତାଙ୍କୁ ଗ୍ରାମବାସୀମାନେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନା ଅନୁସାରେ, ଆହତ ଯୁବକ ଜଣକ ତାଙ୍କରି ଗାଁର ଜଣେ ୩୦ ବର୍ଷୀୟା ମହିଳାଙ୍କୁ କିଛି ଟଙ୍କା ଧାର ଦେଇଥିଲେ। ଟଙ୍କା ନେବା ବାହାନାରେ ସେ ରାତିରେ ତାଙ୍କ ଘରେ ପଶି ତାଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ମହିଳା ଜଣକ ଅଭିଯୁକ୍ତଙ୍କୁ ବିରୋଧ କରିବା ସତ୍ୱେ ମଧ୍ୟ ଅଭିଯୁକ୍ତ ରୋକି ହୋଇନଥିଲେ। ଯାହାଫଳରେ ମହିଳା ଜଣଙ୍କ ରାଗିଯାଇ ଏକ ଦାଆ ସାହାର୍ଯ୍ୟରେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ତା ପରେ ଯୁବକ ଜଣକ ଚିତ୍କାର କରିବାରୁ ଗାଁ ଲୋକେ ଯୁବକଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ଏବେ ସେ ବହୁତ ଗୁରୁତର ଅବସ୍ଥାରେ ଥିବାବେଳେ ଏ ସମ୍ପର୍କିତ କୌଣସି ଅଭିଯୋଗ ଥାନାରେ ରୁଜୁ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking