21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଯୁଦ୍ଧ ସ୍ଥିତି ପାଇଁ ଆଡଭାଇଜରୀ, ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି

ଯୁଦ୍ଧ ସ୍ଥିତି ପାଇଁ ଆଡଭାଇଜରୀ, ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି । ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ପାଇଁ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛନ୍ତି । ଏଥି ସହିତ ଯୋଗାଯୋଗ କରିବା ପାଇଁ ୨ଟି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରି କୁହାଯାଇଛି ଯେ, ଇରାନ ଏବଂ ଇସ୍ରାଏଲରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଛି । ତେଣୁ ଉଭୟ ଦେଶରେ ରହୁଥିବା ଭାରତୀୟମାନେ ନିଜ ଘର ଭିତରେ ରହିବା ରହିବା ଉଚିତ୍। କେବଳ ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ବାହାରନ୍ତୁ, ନଚେତ୍ ଘରେ ରୁହନ୍ତୁ। ଆଗାମୀ ସୂଚନା କିମ୍ବା ଅର୍ଡର ପାଇଁ ଭାରତୀୟ ଦୂତାବାସର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଅନୁସରଣ କରନ୍ତୁ। ଜରୁରୀକାଳୀନ ପରିସ୍ଥିତିରେ, ମୋବାଇଲ୍ ନମ୍ବର ୯୧୨୮୧-୦୯୧୧୫ ଏବଂ ୯୧୨୮୧-୦୯୧୦୯ ରେ ଯୋଗାଯୋଗ କରନ୍ତୁ। ଆଡଭାଇଜରିରେ ଭାରତୀୟମାନଙ୍କୁ ଦୂତାବାସର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି।

ତେବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ଗତ ୨ଦିନ ଧରି ପରସ୍ପର ଉପରେ ବିମାନ ଆକ୍ରମଣ କରୁଛନ୍ତି। ଇସ୍ରାଏଲ ପ୍ରଥମେ ଇରାନରେ ବିମାନ ଆକ୍ରମଣ କରିଥିଲା। ୧୩ ଜୁନ୍, ଗୁରୁବାର ଦିନ ଭୋର ସମୟରେ, ୨୦୦ ଲଢ଼ୁଆ ବିମାନରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ତେହେରାନର ଅନେକ ସ୍ଥାନରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହା ପରେ,ବିଳମ୍ବିତ ରାତିରେ ଇରାନର ପରମାଣୁ ଘାଟିକୁ ଟାର୍ଗେଟ୍ କରିଥିଲା ଆଇଡିଏଫ । ଇସ୍ରାଏଲ ଆକ୍ରମଣରେ ୬ଜଣ ଇରାନୀ ପରମାଣୁ ବୈଜ୍ଞାନିକ ଏବଂ ୪ଜଣ ଶୀର୍ଷ ସେନା କମାଣ୍ଡରଙ୍କ ସମେତ ୨୦ଜଣ ଅଧିକାରୀ ନିହତ ହୋଇଛନ୍ତି। ଇସ୍ରାଏଲର ଲକ୍ଷ୍ୟ ହେଉଛି, ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା। ସେଥିପାଇଁ ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେସନ ‘ରାଇଜିଂ ଲାୟନ’ ଆରମ୍ଭ କରିଛି । ଇସ୍ରାଏଲୀ ସେନା ମୁଖପାତ୍ର ବିଜି ଏଫି ଡ୍ରଫିନ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଇରାନ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ସହିତ ଚୁକ୍ତିନାମା ଉଲ୍ଲଂଘନ କରିଛି। ପ୍ରତିବନ୍ଧକ ସତ୍ତ୍ୱେ,ଏହା ୟୁରାନିୟମ ମହଜୁଦ ରଖିଛି ଏବଂ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଛି। ଇରାନ ପରମାଣୁ ଅସ୍ତ୍ର ତିଆରି କରିବାକୁ ନିକଟତର, କିନ୍ତୁ ଇସ୍ରାଏଲ ଏହା ହେବାକୁ ଦେବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking