29.1 C
Bhubaneswar
Sunday, April 26, 2026
Homeଓଡିଶାବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଡ୍ୟୁଟି ଭତ୍ତା ୩୧ ରୁ ୧୫୦ ଟଙ୍କା ଓ ଟ୍ରେନିଙ୍ଗ...

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଡ୍ୟୁଟି ଭତ୍ତା ୩୧ ରୁ ୧୫୦ ଟଙ୍କା ଓ ଟ୍ରେନିଙ୍ଗ ଭତ୍ତା ୨୮ରୁ ୧୪୦ ଟଙ୍କାକୁ ବୃଦ୍ଧି

ମେ ପହିଲାଠାରୁ ପିଛିଲା ଭାବେ ଲାଗୁ
ସ୍ୱେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ (Civil Defence Volunteer) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ଟ୍ରେନିଙ୍ଗ ଭତ୍ତା ପରିମାଣ ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ମେ ପହିଲାଠାରୁ ଲାଗୁ ହେବ। ଓଡିଶାରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ୭୦୦ରୁ କମ୍ ଅଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking