28.1 C
Bhubaneswar
Sunday, March 22, 2026
Homeଓଡିଶା+୩ ପାଠ୍ୟକ୍ରମରେ ପର୍ଯ୍ୟାୟ-୧ ପ୍ରବେଶର ମେଧା ତାଲିକା ପ୍ରକାଶିତ

+୩ ପାଠ୍ୟକ୍ରମରେ ପର୍ଯ୍ୟାୟ-୧ ପ୍ରବେଶର ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର: ୟୁ.ଜି (୨୦୨୫-୨୬) ପ୍ରଥମ ଚୟନ ପାଠ୍ୟକ୍ରମ ପରିସଂଖ୍ୟାନ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ପ୍ରଥମ ଚୟନ ୟୁ.ଜି. ପାଠ୍ୟକ୍ରମରେ ପର୍ଯ୍ୟାୟ-୧ ପ୍ରବେଶର ମେଧା ତାଲିକା ଆଜି ପୂର୍ବାହ୍ନ ୧୧.୦୦ ଟାରେ ପ୍ରକାଶିତ ହୋଇଛି।

ସୂଚନା ଅନୁସାରେ ୟୁ.ଜି. ମୋଟ ମଞ୍ଜୁରୀପ୍ରାପ୍ତ ଆସନ ସଂଖ୍ୟା ୨,୭୪,୫୦୯ ରହିଛିଚଳିତ ବର୍ଷ ଆବେଦନ କରିଥିବା ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨,୬୫,୫୯୦ ଥିବା ବେଳେ ମନୋନୀତ ଛାତ୍ରଙ୍କ ସଂଖ୍ୟା ୧,୭୫,୭୨୨ ରହିଛି । ମୋଟ ପୁରୁଷ ମନୋନୀତ ସଂଖ୍ୟା ୭୦,୭୪୫ ମହିଳା ମନୋନୀତ ସଂଖ୍ୟା ୧,୦୪,୯୬୭ ରହିଛି । ଟ୍ରାନ୍ସଜେଣ୍ଡର ମନୋନୀତ ୧୦ ରହିଛି

ଧାର୍ୟ୍ୟ ଅନୁଯାୟୀ ସର୍ବୋଚ୍ଚ କଟ-ଅଫ୍ ମାର୍କ –

୧) କଳା ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ -(ରାଜନୀତି ବିଜ୍ଞାନ)ରେ ୯୨.୮୦ ପ୍ରତିଶତ କଟ-ଅଫ୍ ମାର୍କ ରହିଛି ।

୨) ବିଜ୍ଞାନ ଷ୍ଟ୍ରିମ୍:

୧) ଭୌତିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୩.୬୭% (ଭୌତିକ ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି ।

୨) ଜୈବିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୪.୦୦% (ପ୍ରାଣି ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି ।

୩) ବାଣିଜ୍ୟ ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୦.୫୦% (ବାଣିଜ୍ୟ)ରେ କଟ-ଅଫ୍ ମାର୍କ ରହିଛି ।

୪) ଶାସ୍ତ୍ରୀ ଷ୍ଟ୍ରିମ୍: ଓମ୍ ମା ସରସ୍ୱତୀ ସଂସ୍କୃତ (ଡିଗ୍ରୀ) କଲେଜ, ରାଜଗାଙ୍ଗପୁର – ୬୮.୬୭% (ଶାସ୍ତ୍ରୀ)ରେ କଟ-ଅଫ୍ ମାର୍କ ରହିଛି ।

୫) ସ୍ୱ-ଅର୍ଥ ବ୍ୟବସ୍ଥା: ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଚାଳିତ) କଲେଜ, ଭୁବନେଶ୍ୱର – ୮୮.୮୩% (କମ୍ପ୍ୟୁଟର ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି । 

୬) ଆଇନ ଷ୍ଟ୍ରିମ୍: ବିଶ୍ୱବିଦ୍ୟାଳୟ ଆଇନ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, BBSR -୮୭.୮୦ (୫ ବର୍ଷ ସମିଳିତ B.A.LL.B)  କଟ-ଅଫ୍ ମାର୍କ ରହିଛି ।

ସେହିପରି ଷ୍ଟ୍ରିମ୍ ଅନୁଯାୟୀ ମୋଟ ମନୋନୀତ ଛାତ୍ରଙ୍କ ସଂଖ୍ୟା:

ବିଜ୍ଞାନରେ ୪୫,୮୫୫ ମନୋନୀତ ଛାତ୍ର, ସେହିପରି କଳାରେ ୧,୦୭,୦୬୯, ବାଣିଜ୍ୟରେ ୧୬,୨୦୫, ଶାସ୍ତ୍ରୀରେ ୩,୩୭୧, ସ୍ୱୟଂ-ଅର୍ଥରେ ୩,୦୫୧, ଆଇନରେ ୧୭୧ ଜଣ ମନୋନୀତ ଛାତ୍ର ରହିଛନ୍ତି

“ଫ୍ରିଜ୍” ବିକଳ୍ପ ବାଛିବା ପାଇଁ ମନୋନୀତ ଛାତ୍ରମାନଙ୍କୁ ୧୩ , ୧୬ ଏବଂ ୧୭.୦୬.୨୦୨୫ ରେ ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ଟାଧ୍ୟରେ ସାରିବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking