15.1 C
Bhubaneswar
Monday, December 15, 2025
Homeଓଡିଶାଗୋରୁ ଚୋରା ଚାଲାଣ: ପାଖାପାଖି ୪ଶହ ଗୋରୁଗାଈ ଉଦ୍ଧାର

ଗୋରୁ ଚୋରା ଚାଲାଣ: ପାଖାପାଖି ୪ଶହ ଗୋରୁଗାଈ ଉଦ୍ଧାର

ମୟୁରଭଞ୍ଜ: ସମସ୍ତଙ୍କ ଜୀବନ ମୂଲ୍ୟବାନ । ସେ ମଣିଷ ହେଉକି ଜୀବଜନ୍ତୁ । ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ବଞ୍ଚିବା ପାଇଁ ଆଇନ ଭରସା । ହେଲେ ଅନେକ କ୍ଷେତ୍ରରେ ତଳ ତଳିଆଙ୍କ ଉପରେ ଛାଟ ବାଜୁଥିବା ବେଳେ ବଡ଼ ବଡିଆ ଅନାୟାସରେ ଛାଡ ପାଉଥିବା ଆଲୋଚନା ହେଉଛି। ଆଉ ଏହି ଆଲୋଚନା ପାର୍ଯ୍ୟାଲୋଚନା ମଧ୍ୟରେ ଅତର୍କିତ ଚଢ଼ାଉ କରି ପୋଲିସ ୪ ଶହ ନିରୀହ ଜୀବଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବାରେ ସଫଳ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ପଞ୍ଚାୟତ ଅଧୀନ ଗୋବିନ୍ଦରାୟପୁର ଏବଂ ତାଳପଦା ଗ୍ରାମରୁ। ତେବେ ଏଠାରେ ଅସ୍ଥାୟୀ ଭାବରେ ଟେଣ୍ଟ ଲଗାଇ ଶହ ଶହ ସଂଖ୍ୟାରେ ଗୋରୁ ରଖା ଯାଇଥିଲା।ଆଉ ଏଗୁଡ଼ିକୁ ବେଆଇନ ଭାବେ ପୋଡ଼ଶୀ ବାଙ୍ଗଲାଦେଶକୁ ଚୋରା ଚାଲାଣ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଏନେଇ କୌଣସି ସୂତ୍ରରୁ ଖବରପାଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୪ଟି ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଥିବାବେଳେ ପୂର୍ବାହ୍ନ ଦଶଟା ସୁଦ୍ଧା ୪ଶହ ପାଖାପାଖି ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି l

ସୂଚନା ମୁତାବକ ବେଆଇନ ଗୋ ଚାଲାଣ ବାବଦରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ଅତିରିକ୍ତ ଏସପି ଦୀପକ ଗୋଛାୟତ ମାଜିଷ୍ଟ୍ରେଟ ଏବଂ ପ୍ରାଣଚିକିତ୍ସଙ୍କ ଟିମ ସମେତ ବଡ଼ସାହି, ବୈଶିଙ୍ଗା, ମୋରଡା ଏବଂ ରାସଗୋବିନ୍ଦପୁର ଥାନା ଅଧିକାରୀଙ୍କୁ ନେଇ ମିଳିତ ଭାବରେ ସଶସ୍ତ୍ର ପୁଲିସଫୋର୍ସ ସହ ଅତର୍କିତ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଅସ୍ଥାୟୀ ଟେଣ୍ଟ ଗୁଡିକରେ ବେଆଇନ ଚାଲାଣ ନିମନ୍ତେ ରଖାଯାଇଥିବା ପାଖାପାଖି ୪ଶହ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି l ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗୋରୁଗାଈ ଗୁଡିକର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିବା ବେଳେ ଅସୁସ୍ଥ ମାନଙ୍କୁ ପ୍ରାଣୀଚିକିତ୍ସକଙ୍କ ଟିମ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଉଛନ୍ତି l

ଉଦ୍ଧାର ଶହଶହ ଗୋରୁଗାଈଙ୍କୁ ଆଖପାଖରେ ଥିବା ବିଭିନ୍ନ ଗୋଶାଳା ମାନଙ୍କୁ ହସ୍ତାନ୍ତର କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି l ତେବେ ଆଖପାଖରୁ ବିଭିନ୍ନ ଗାଁ ମାନଙ୍କରୁ ଚୋରି ହୋଇଥିବା ବଳଦ ଏବଂ ଗାଈ ଗୁଡିକ ମଧ୍ୟ ସେଠାରେ ଥିବାନେଇ ପଶୁପାଳକମାନେ ଚିହ୍ନଟ କରିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି l ଫଳରେ ଅନେକ ସମୟରେ ହୋଇ ଆସୁଥିବା ଗୋରୁ ଚୋରି ସହିତ ଏହି ଗୋଷ୍ଠୀର ସିଧାସଳଖ ଯୋଗସୂତ୍ର ଥିବାର ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହି ରହସ୍ୟ ଉନ୍ମୋଚିତ କରିବା ଦିଗରେ ଆଗକୁ କି ପଦକ୍ଷେପ ନେଉଛି ପୋଲିସ ତାଉପରେ ଏବେ ସମସ୍ତଙ୍କ ନଜର ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଅତିରିକ୍ତ ଏସପି ଦୀପକ ଗୋଛାୟଙ୍କ ନେତୃତ୍ୱରେ ୪ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୁଲିସଫୋର୍ସ ମିଳିତ ଚଢ଼ାଉକରି ଏକକାଳୀନ ୪ଶହ ପାଖାପାଖି ଗୋରୁଗାଈଙ୍କୁ ଉଦ୍ଧାର କରିବା ଘଟଣା ଏକ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ସେହିପରି ମାଜିଷ୍ଟ୍ରେଟ ଭାବରେ ବେତନଟୀର ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା ଉପସ୍ଥିତ ରହିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking