16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକାର ଉପରେ ଓଲଟି ପଡିଲା ଟ୍ରକ: ୯ ମୃତ, ୨ ଗୁରୁତର

କାର ଉପରେ ଓଲଟି ପଡିଲା ଟ୍ରକ: ୯ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର  ମେଘନଗର ସହର  ନିକଟରେ  ବୁଧବାର ସକାଳେ  ସିମେଣ୍ଟ ବୋଝେଇ ଟ୍ରକ ଓଲଟି କାର ଉପରେ ଚଢିଯିବାରୁ ୯ ଜଣ ପ୍ରାଣ ହରାଇଛନ୍ତି । ଘଟଣାଟି ଭୋର ପ୍ରାୟ ୩ଟା ସମୟରେ  ଘଟିଥିଲା । ଏକ ବିବାହ  କାଯ୍ୟକ୍ରମରୁ ଫେରିବା ବେଳେ ଏଭଳି ଅଘଟଣ ଘଟିଛି । ଝାବୁଆର ପୋଲିସ ଅଧୀକ୍ଷକ କହିଛନ୍ତି, ଟ୍ରକଟି ଭାରସାମ୍ୟ ହରାଇ କାର ଉପରେ ଚଢିଯାଇଥିଲା । ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣ ଆହତ ଅଛନ୍ତି ।  ଆହତ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking