21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପୂର୍ବ ଶତ୍ରୁତା ଓ ସମ୍ପତ୍ତି ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ

ପୂର୍ବ ଶତ୍ରୁତା ଓ ସମ୍ପତ୍ତି ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ

ବେଙ୍ଗାଲୁରୁ: ସ୍ପଷ୍ଟ ଦିବାଲୋକରେ କର୍ଣ୍ଣାଟକର କୋପ୍ପାଲ ଜିଲ୍ଲା କୁଶତାଗି ତାଲୁକର ତଭାରାଗେରା ସହରରେ ଘଟିଥିବା ଏକ ବିଭତ୍ସ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଥିବା ଏକ ବେକେରୀରେ ଜଣେ ବ୍ୟକ୍ତିଙ୍କୁ ୭ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଏକ ଧାରୁଆ ଖଣ୍ଡା ସାହାଯ୍ୟରେ ବାରମ୍ବାର ଆକ୍ରମଣ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜମିଜୁମା ତଥା ସମ୍ପତ୍ତିଜନିତ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ଏହି ହତ୍ୟାକାଣ୍ଡ ଗତ ୩୧ ତାରିଖରେ ଘଟିଥିବା ବେଳେ ବେଙ୍ଗାଲୁରୁ ପୁଲିସ୍ କିନ୍ତୁ ସୋମବାର ଅର୍ଥାତ୍ ୨ ତାରିଖରେ ଏସମ୍ପର୍କରେ ସୂଚନା ଦେଇଛି। ହତ୍ୟାକାଣ୍ଡର ଭିଡିଓ ରେକର୍ଡେଡ୍ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ବେକେରୀ ମଧ୍ୟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ୍ ଜବତ କରିଥିବା ବେଳେ ଏହାକୁ ପ୍ରମାଣ ଭାବେ ଗ୍ରହଣ କରି ତଦନ୍ତ ଜାରି ରଖିଛି।

ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି ଯେ ଚିନ୍ନପ୍ପା ହୁସେନପ୍ପା ନରିନାଲ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରି କରି ବେକେରୀ ଭିତରକୁ ପଶିଆସିଥିଲେ। ତାଙ୍କ ପଛେ ପଛେ ଖଣ୍ଡା, ଛୁରୀ ଆଦି ଧରିଥିବା ୭ଜଣ ମଧ୍ୟ ବେକେରୀ ଭିତରକୁ ଚାଲିଆସିଥିଲେ। ବେକେରୀ ମଧ୍ୟରେ କେହି କିଛି ବୁଝିବା ପୂର୍ବରୁ ଆକ୍ରମଣକାରୀମାନେ ନରିନାଲ୍‌ଙ୍କୁ ଖଣ୍ଡାରେ ହାଣି ଚାଲିଥିଲେ। ଏହି ସମୟ ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ନରିନାଲ୍‌ଙ୍କ ମୁଣ୍ଡକୁ ଏକ କାଠ ଫାଳିଆ ଦ୍ୱାରା ଶକ୍ତ ଆଘାତ କରିଥିଲା। ଏତିକିରେ ସେମାନଙ୍କ ମନ ବୁଝିନଥିଲା।

ନରିନାଲ୍ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦୋକାନ ବାହାରକୁ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଘେରିଯାଇ ବାରମ୍ବାର ଛୁରୀ ଭୁଶିଥିଲେ। ନରିନାଲ୍ ଘଟଣାସ୍ଥଳରେ ଟଳି ପଡ଼ିବା ପରେ ଅଭିଯୁକ୍ତମାନେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ରବି, ପ୍ରଦୀପ, ଦୁଇ ମଞ୍ଜୁନାଥ, ନାଗରାଜ, ଗୌତମ ଏବଂ ପ୍ରମୋଦ ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୁରୁଣା ଶତ୍ରୁତା ଏବଂ ସମ୍ପତ୍ତି ବିବାଦ ହତ୍ୟାକାଣ୍ଡର କାରଣ ଥିଲା। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପରିଦର୍ଶନ କରି ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି, ଏବଂ ଏହି ଭୟଙ୍କର ଘଟଣାରେ ଜଡ଼ିତ ଅଧିକ ଲୋକଙ୍କୁ ଗିରଫ କରିବା ପାଇଁ ଏକ ଅନୁସନ୍ଧାନ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking