19.1 C
Bhubaneswar
Tuesday, February 10, 2026
Homeଓଡିଶାସୁନ୍ଦରଗଡ଼ରେ ବିସ୍ଫୋରକ ଗୋଦାମ ଯାଞ୍ଚ

ସୁନ୍ଦରଗଡ଼ରେ ବିସ୍ଫୋରକ ଗୋଦାମ ଯାଞ୍ଚ

ସୁନ୍ଦରଗଡ: ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେବା ଓ ପୁଲିସ ଅପରେସନରେ ଅଢ଼େଇ ଟନ୍ ଉଦ୍ଧାର ହେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ହଇଚଇ ଖେଳାଇଦେଇଛି। ବିସ୍ଫୋରକ ରଖିଥିବା ୨ଟି ଜିଲ୍ଲାର ୬୧ ମାଗାଜିନରେ ଅତର୍କିତ ଚଢାଉ ହୋଇଛି । ଚଢାଉ ନେଇ ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ସୁନ୍ଦରଗଡର ୮ଟି ସ୍ଥାନରେ ଚଢାଉ ହୋଇଛି । ବିସ୍ଫୋରକ ଗୋଦାମକୁ ସିଲ କରି ଚାଲିଛି ଷ୍ଟକ ଯାଞ୍ଚ ।ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ଏମ୍‌ସିଏଲ, ଏନଟିପିସି ଦରଲିପାଲି ପାୱାର ପ୍ଲାଣ୍ଟ, ଏନଟିପିସି ଡୁଲିଙ୍ଗା କୋଇଲା ଖଣି, ମନୋହରପୁର ଓସିପିଏଲ କୋଇଲା ଖଣି, ଜାମକାନୀ ବେଦାନ୍ତ କୋଇଲା ଖଣି , ସେହିଭଳି ଲାଞ୍ଜିବେରଣା ଚୁନାପଥର ଖଣିରେ ମାଗଜିନ ଓ ବିସ୍ଫୋରକ ଗୋଦାମ ଗୁଡ଼ିକୁ ଯାଞ୍ଚ କରୁଛି ପୁଲିସ । ଡିଆଇଜିଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ , ରାଉରକେଲା ଓ କେନ୍ଦୁଝରରେ ଚାଲିଛି ରେଡ୍‌ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking