ଯାଜପୁର: ସରକାର ପରେ ସରକାର ଆସୁଚି ପାନୀୟ ଜଳ ପାଇଁ ବିଭିନ୍ନ ଜଳ ପ୍ରକଳ୍ପ ର ଯୋଜନା କରା ଯାଉଛି କିନ୍ତୁ ବିଶୁଦ୍ଧ ପାଣି ଏ ଯାଏ ଲୋକ ଙ୍କୁ ନିକଟରେ ପହଞ୍ଚି ପାରୁ ନାହିଁ l ସୁକିନ୍ଦା ଆଦିବାସୀ ଅଧ୍ୟୁଷିତ ଖଣି ଖାଦାନ ବଣ ପାହାଡ ଅଞ୍ଚଳ ର ବିଶୁଦ୍ଧ ପାଣି ପାଇଁ ହତ ସନ୍ଥ ହେଉଛନ୍ତି l ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ର ଘୋର ସଙ୍କଟ ଦେଖା ଯାଇଛି ସରକାର ଙ୍କ ପାନୀୟ ଜଳ ଯୋଜନ ଫଳ ସ୍ପଦ ବା ସଫଳ ରୂପାୟନ ହୋଇ ପାରୁ ନାହିଁ l l ପାଣି ପାଇଁ ଲୋକେ ମାଇଲ ମାଇଲ ଚାଲୁଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲାଗୁଛି ଲମ୍ବା ଲାଇନ l ଯାଜପୁର ସୁକିନ୍ଦା ପୁରୁଣାପାଣି ଗ୍ରାମ ର ଦେଖନ୍ତୁ ଏହି ଚିତ୍ର ଟାଇଁ ଟାଇଁ ଖରା ଅସହାୟ ଗୁଳୁଗୁଳି, ଏତିକି ବେଳେ ପାଣି ସମସ୍ୟା ଭୋଗୁଛନ୍ତି ଲୋକେ l ଭୋଟ ଦେଲୁ ପାଣି ପାଇଁ ଡହଳ ବିକଳ ହେଲୁ, ବିଭିନ୍ନ ରୋଗରେ ପଡ଼ିଲୁ ହେ ସରକାର ଆମ ଦୁଃଖ ବୁଝ ବଞ୍ଚିବା ପାଇଁ ଭଲ ପାଣି ଯୋଗାଇଦିଅ l ପୁରୁଣାପାଣି ଗାଁରେ ପାଣିର ଅଭାବ l ପାଣି ପାଇଁ ହାହା କାର l କେବେ ବୁଝିବ ଆମ ଦୁଃଖ l ଏମିତି ଖବର ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ପଞ୍ଚାୟତ ପୁରୁଣାପାଣି ଗାଁର ପ୍ରଧାନ ସାହିର ଦୁଃଖ l ପ୍ରଧାନ ସାହିରେ ପାଣିର ଅଭାବ ଦେଖିବାକୁ ମିଳିଛି l ଏହି ସାହିରେ ପାଖାପାଖି 20 ରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି l ପାଣି ପାଇଁ କୂଅ ଟୀୱାଲ ଉପରେ ଭରସା କରି ଚଳନ୍ତି l ଖରାଦିନେ କୂଅ ପାଣି ଶୁଖି ଯାଏ ଟୀୱାଲ ରୁ ଗୋଳିଆ ପାଣି କେତେବେଳେ ନାଲି ପାଣି ବାହାରେ l ପାଣି ପାଇଁ ସରକାର ତରଫରୁ ପାଇବ ବିଛାଯାଇଛି ଟ୍ୟାପ ଲଗାଯାଇଛି କିନ୍ତୁ ଦୁଇ ବର୍ଷ ପୂରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣି ଠୋପେ ଆସିଲା ନାହିଁ l ଗ୍ରାମ ବାସୀମାନେ ଗାଁଠୁ ବହୁ ଦୂରରେ ଥିବା ନାଳ ନିକଟରେ ଏକ ଚୁଆ ଖୋଳି ସଂଗ୍ରହ କରନ୍ତି ପାଣି l ଚୁଆ ପାଣି ବି ପିଇବା ପାଇଁ ଯୋଗ୍ୟ ନୁହେଁ l ପାଣିକୁ ଏକ କପଡା ସାହାଯ୍ୟ ରେ ଛାଣି ବାକୁ ପଡିଥାଏ l ପାଣି ଉପରେ ନିର୍ଭର କରିଥାନ୍ତି ଆଉ ଚାଲି ଚାଲି ଗରା ବାଲ୍ଟିରେ ମୁଣ୍ଡେଇ ଚୁଆରୁ ପାଣି ଆଣିଥାନ୍ତି l ପାଣିକୁ ବ୍ୟବହାର କଲେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି l ପାଣି ପାଇଁ କେତେ କଣ ପ୍ରକଳ୍ପ ହେଉଛି ହେଲେ ଯୋଜନା ସବୁ ଯୋଜନା ଫେଲ ମାରିଛି l ଏନେଇ ସ୍ଥାନୀୟ ଜନ ପ୍ରତିନିଧି ମନ୍ତ୍ରୀ ତଥା ବିଧାୟକ କୁ ବାରମ୍ବାର ଜଣାଇଲେ ବି ତାହାର କିଛି ସୁଫଳ ମିଳୁନାହିଁ l ଗ୍ରାମବାସୀ ମାନେ ସରକାର ଙ୍କୁ ନିବେଦନ କରିଛନ୍ତି ଖୁବ ଶୀଘ୍ର ପାଣି ସମସ୍ୟାର ସମାଧାନ କରିବା ପାଇଁ ତେବେ ଦେଖାଯାଉ ସରକାର ଙ୍କ କେବେ ନିଦ ଭାଙ୍ଗୁଛି ଆଉ ପୁରୁଣାପାଣି ଗ୍ରାମ ପ୍ରଧାନ ସାହିର ପାଣି ସମସ୍ୟାର କେବେ ସମାଧାନ ହେଉଛି ଦେଖିବାକୁ ଅପେକ୍ଷା l










