27.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶସୁପ୍ରିମକୋର୍ଟକୁ ମିଳିଲେ ତିନି ନୂଆ ବିଚାରପତି

ସୁପ୍ରିମକୋର୍ଟକୁ ମିଳିଲେ ତିନି ନୂଆ ବିଚାରପତି

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟରେ ତିନି ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମ ସୋମବାର ଦିନ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ୍ ଭି ଅଞ୍ଜାରିଆ, ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଏଏସ୍ ଚାନ୍ଦୁରକରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା । ତେବେ ଗୁରୁବାର କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିଜ ଏକ୍ସ ଆକାଉଣ୍ଟ ଜରିଆରେ ଏହି ତିନି ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ।

ମେଘୱାଲ କହିଛନ୍ତି “ଭାରତର ମୁଖ୍ୟ ବିଚାରପତି (ସିଜେଆଇ)ଙ୍କ ସହ ପରାମର୍ଶ କରିବା ପରେ, ରାଷ୍ଟ୍ରପତି, ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ଏହି ୩ ବିଚାରପତିଙ୍କୁ ଭାରତୀୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି ଅଭୟ ଏସ୍ ଓକା ଏବଂ ହୃଷୀକେଶ ରାୟଙ୍କ ଅବସର ପରେ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ତିନୋଟି ବିଚାରପତି ପଦବୀ ପାଇଁ ସେମାନଙ୍କ ନାମ ସୁପାରିଶ କରାଯାଇଥିଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟର୍ କଲେଜିୟମ୍ ଗୁରୁବାର ୩ ବରିଷ୍ଠ ତଥା ବିଶିଷ୍ଟ ଆଡଭୋକୋଟ୍‌ଙ୍କୁ ରାଜସ୍ଥାନ ହାଇକୋର୍ଟ ବିଚାରପତି ଭାବେ ସୁପାରିଶ୍ କରିଛନ୍ତି । ଏହାପୂର୍ବରୁ କଲେଜିୟମ୍‌ର ଏକ ବୈଠକ ବସିଥିଲା ଏବଂ ବିପିନ୍ ଗୁପ୍ତା, ସଞ୍ଜୀତ୍ ପୁରୋହିତ ଏବଂ ରବି ଚିରାନିଆ ନାମକ ୩ ଆଡଭୋକେଟଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ନେଇ ସହମତି ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking