16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଶାହ

ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଶାହ

ନୂଆଦିଲ୍ଲୀ: ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଅପରେସନ ସିନ୍ଦୁର ପାକିସ୍ତାନକୁ ଉଚିତ ଜବାବ ଦେଇଛି । କୌଣସି ପ୍ରକାର ଆକ୍ରମଣକୁ ଭାରତ ବରଦାସ୍ତ କରିବନି । ପାଣି ଏବଂ ରକ୍ତ ଏକାଠି ବୋହିବ ନାହିଁ । ପାକିସ୍ତାନ ସାଧାରଣ ନାଗରିକଙ୍କ ଘର, ମନ୍ଦିରକୁ ଟାର୍ଗେଟ କରିଥିଲା  । ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱସଂ କଲୁ । ଜମ୍ମୁ କାଶ୍ମୀରର ବିକାଶ ଥମିବନି, ପୂର୍ୱ ଭଳି ବିକାଶ  ଜାରି ରହିବ । ପୁଞ୍ଚର ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ ପାକିସ୍ତାନ ଆବାସିକ ଅଞ୍ଚଳ ଏବଂ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଜମ୍ମୁ ଏବଂ କାଶ୍ମୀର ସରକାର ମୃତ ନାଗରିକଙ୍କ ପରିବାରକୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଏକ କାର‌୍ୟ୍ୟକ୍ରମ ଆୟୋଜନ କରିଛନ୍ତି। ତଥାପି, କ୍ଷତିପୂରଣ ଏବଂ ସରକାରୀ ଚାକିରି ସେମାନଙ୍କ ଜୀବନରେ ହୋଇଥିବା କ୍ଷତିର କ୍ଷତିପୂରଣ ଦେଇପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking