31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶସର୍ଦ୍ଦାର ପଟେଲଙ୍କ କଥା ମାନିନଥିଲା କଂଗ୍ରେସ: ମୋଦୀ

ସର୍ଦ୍ଦାର ପଟେଲଙ୍କ କଥା ମାନିନଥିଲା କଂଗ୍ରେସ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ମଙ୍ଗଳବାର ଗାନ୍ଧୀନଗରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ‘ଯଦି କଂଗ୍ରେସ ସର୍ଦ୍ଦାର ପଟେଲଙ୍କ କଥାକୁ ଗ୍ରହଣ କରିଥାନ୍ତା, ତେବେ ଗତ ୭୫ ବର୍ଷ ଧରି ଚାଲିଥିବା ଆତଙ୍କବାଦୀ ଘଟଣା ବନ୍ଦ ହୋଇଯାଇଥାନ୍ତା। ଯଦି କଂଗ୍ରେସ ପଟେଲ୍‌ଙ୍କ ପରାମର୍ଶ ଓ ପ୍ରସ୍ତାବକୁ ସେତେବେଳେ ଗ୍ରହଣ କରିଥାନ୍ତା ତେବେ ହୁଏତ ପହଲଗାମ୍‌ରେ ଆତଙ୍କୀ ନରସଂହାର ଘଟଣା ଘଟିନଥାନ୍ତା। ମୋଦୀଙ୍କ କହିବାନୁସାରେ ୧୯୪୭ରେ ଭାରତ ବିଭାଜିତ ହୋଇ ତିନି ଭାଗରେ ବିଭକ୍ତ ହୋଇଥିଲା। ଯେଉଁଦିନ ସକାଳେ ଏସବୁ ଘଟିଲା ସେହି ରାତିରେ ହିଁ କାଶ୍ମୀର ମାଟିରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଭାରତର ଏକ ଅଂଶକୁ ମୁଜାହିଦ୍ଦିନ ନାମକ ଏକ ଗୋଷ୍ଠୀର ଆତଙ୍କବାଦୀମାନେ କବ୍‌ଜା କରି ନେଇଥିଲେ। ଏସବୁ ପଛରେ ପାକିସ୍ତାନର ହାତ ଥିବା ସମସ୍ତେ ଜାଣିଥିଲେ। ସେତେବେଳେ ସର୍ଦ୍ଦାର ପଟେଲ କଂଗ୍ରେସ ସରକାରକୁ ପରାମର୍ଶ ଦେଇଥିଲେ ଯେ, ମୁଜାହିଦ୍ଦିନ୍ ନାମକ ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ନିପାତ କରିଦିଆଯିବା ଉଚିତ୍‌। ନଚେତ୍ ଆଗାମୀ ଦିନରେ ଏହା ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିବ। ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ପର୍ଯ୍ୟନ୍ତ ଆମେ ପିଓକେ ନପାଇଛୁ ସେ ପର୍ଯ୍ୟନ୍ତ ଆମ ସଶସ୍ତ୍ର ବାହିନୀ ଆଗକୁ ବଢିବା ବନ୍ଦ ନକରନ୍ତୁ । କିନ୍ତୁ କଂଗ୍ରେସର ନେତାମାନେ ସେତେବେଳେ ସର୍ଦ୍ଦାର ପଟେଲ୍‌ଙ୍କ ପରାମର୍ଶକୁ ଗ୍ରହଣ କରିନଥିଲେ। ପରିଣାମ ସ୍ୱରୂପ ଗତ ୭୫ବର୍ଷ ହେଲା ଆମେ ଭୋଗୁଛୁ । ତେବେ ଅତୀତକୁ ବଦଳାଇ ହେବ ନାହିଁ। କିନ୍ତୁ ଏବେର ନୀତିକୁ ଆମେ ପରିବର୍ତ୍ତନ କରିପାରିବୁ। ଏବେ ଆମେ ସେହି ଆତଙ୍କବାଦର କଣ୍ଟାକୁ କଣ୍ଟାରେ ହିଁ କାଢିକି ରହିବୁ।

ମୋଦୀ ସିଧାସଳଖ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭାରତ କିଛି ବି କରିନାହିଁ, କେବଳ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଭାରତ ଏବେ କେବଳ ଜମ୍ମୁ କାଶ୍ମୀରରେ ନିର୍ମିତ ନଦୀ ବନ୍ଧଗୁଡ଼ିକରୁ ଅଳିଆ ସଫା କରୁଛି, ଯାହାକି ଗତ ୬୦ ବର୍ଷରୁ ଅଧିକ ସମୟ ଧରି ହୋଇନଥିଲା। ଭାରତର କେବଳ ଏହି ଗୋଟିଏ ନିଷ୍ପତ୍ତିରେ ପାକିସ୍ତାନ କେତେବେଳେ ମରୁଡି ତ ଆଉ କେତେବେଳେ ବନ୍ୟା ସମସ୍ୟା ଭୋଗୁଛି। ମୋଦୀ କହିଛନ୍ତି ପାକିସ୍ତାନ ଏବେ ତ ବୁଝିଯିବା ଉଚିତ୍ ଯେ, ନୂଆ ଭାରତ ଇଟାମାଡ଼ର ଜବାବ ପଥରରେ ଦେବାକୁ ସଦାସର୍ବଦା ପ୍ରସ୍ତୁତ। ଭାରତ ଠାରୁ ଯଥାସମ୍ଭବ ଦୂରତା ରକ୍ଷା କରିବା ପାକିସ୍ତାନ ପାଇଁ ମଙ୍ଗଳକାରୀ ହେବ। ପହଲଗାମ ଆତଙ୍କବାଦୀ ଆକ୍ରମଣର ମାତ୍ର ୧୫ ଦିନ ପରେ, ଭାରତୀୟ ସେନା ପାକିସ୍ତାନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମେ ୬’ ମଧ୍ୟରାତ୍ରରେ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଯେଉଁ କୋହରାମ୍ ମଚାଇଥିଲେ ଏବଂ ୯ଟି ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇଦେଇଥିଲେ, ପାକିସ୍ତାନ ଏହାକୁ କଦାପି ଭୁଲିପାରିବ ନାହିଁ। ଭାରତ ବୀରପୁତ୍ରଙ୍କ ରାଷ୍ଟ୍ର। ବୀରତା, ସାହସିକତାକୁ ସମ୍ମାନିତ କରିଥାଏ। କିନ୍ତୁ ପାକିସ୍ତାନ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଇଥିବାର ସମଗ୍ର ବିଶ୍ୱ ଦେଖିଛି। ଆତଙ୍କବାଦୀଙ୍କ କଫିନରେ ପାକିସ୍ତାନର ପତାକା ଲଗାଯାଇଥିଲା ଏବଂ ପାକିସ୍ତାନ ସେନା ସେମାନଙ୍କୁ ସାଲ୍ୟୁଟ୍ କରିଥିଲେ। ଏହି ଘଟଣା ପ୍ରମାଣିତ କରେ ଯେ ଆତଙ୍କବାଦୀ ପାକିସ୍ତାନର ସୁଚିନ୍ତିତ ଯୁଦ୍ଧ ରଣନୀତି।

ମୋଦୀ କହିଛନ୍ତି, ୨୦୧୪ ମେ ୨୬ରେ ସେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବେ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ଭାବେ କାର୍ଯ୍ୟକାଳକୁ ୧୧ ବର୍ଷ ପୂରଣ ହୋଇଛି। ୧୧ ବର୍ଷ ପୂର୍ବେ ଭାରତର ଅର୍ଥନୀତି ବିଶ୍ୱସ୍ତରରେ ୧୧ତମ ସ୍ଥାନରେ ଥିବା ବେଳେ ଆଜି ସସମୟରେ କିନ୍ତୁ ଏହା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇପାରିଛି। ଆଗାମୀ ଦିନରେ ଏହା ୩ୟ ସ୍ଥାନକୁ ମଧ୍ୟ ଉନ୍ନୀତ ହେବ। ଏହି ୧୧ ବର୍ଷ ମଧ୍ୟରେ ଦେଶ କରୋନା ମହାମାରୀ, ଅନେକ ପ୍ରାକୃତିକ ବିପର୍ଯ୍ୟୟ, ପଡୋଶୀ ଦେଶ ସହ ଉତ୍ତେଜନା ମୂଳକ ପରିସ୍ଥିତିର ସାମ୍ନା କରିବା ଭଳି ସମସ୍ୟା ଦେଇ ଗତି କରିଛି। କିନ୍ତୁ ଏସବୁକୁ ପଛ କରି ଅତି କମ୍ ସମୟ ମଧ୍ୟରେ ଆମେ ଆଜି ବିଶ୍ୱର ୪ର୍ଥ ସର୍ବବୃହତ୍ ଅର୍ଥନୀତି ହୋଇପାରିଛୁ। ଏହା ହିଁ ଆମର ସର୍ବବୃହତ୍ ଉପଲବ୍ଧି। ଆମେ ବିକାଶ ଚାହୁଁ, ଆମେ ପ୍ରଗତି ଚାହୁଁ। ଶାନ୍ତି ଚାହୁଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking