24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ

ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ

ମହାରାଷ୍ଟ୍ର: ଦିନକୁ ଦିନ ବଢିଚାଲିଛି ମୃତ୍ୟୁର ସଂଖ୍ୟା। ପ୍ରେମ ପାଇଁ କିଏ କାହାର ସ୍ୱାମୀକୁ ମାରିଦେଉଛି ତ କିଏ କାହାର ସ୍ତ୍ରୀକୁ ମାରିଦେଉଛି। ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ଆଣ୍ଟପ ହିଲ୍‌ରେ ଦେଖିବାକୁ ମିଳିଛି। ଯେଉଁଥିରେ ପୋଲିସ, ଜଣେ 26ବର୍ଷୀୟା ମହିଳା ଏବଂ ତାଙ୍କର 30ବର୍ଷୀୟ ପ୍ରେମିକଙ୍କୁ ଗିରଫ କରିଛି। ରାଜୀବ ଗାନ୍ଧୀ ନଗରରେ ଥିବା ଦମ୍ପତିଙ୍କ ଘର ବାହାରେ ସନ୍ଦେହଜନକ ରକ୍ତ ଦାଗ ଦେଖି ଜଣେ ପଡ଼ୋଶୀ ପୋଲିସଙ୍କୁ ଡାକିଥିଲେ। ପୋଲିସ ଆସି ବାରଣ୍ଡାରେ ଜଣେ ଏମ୍ବ୍ରୋଡେରୀ ଶ୍ରମିକ ଇସମାଇଲ ଶେଖଙ୍କ ମୃତଦେହ ପାଇଥିଲେ।ପୋଲିସ ଇସମାଇଲଙ୍କ ସ୍ତ୍ରୀ ସୁମୈୟାଙ୍କୁ ପଚରାଉଚରା କରିବାରୁ ତାଙ୍କ ବୟାନ ପୋଲିସଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଇସମାଇଲ୍ କାମକୁ ଯିବା ସମୟରେ ତାଙ୍କ ସ୍ତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ଘରକୁ ଆସୁଥିବା ବିଷୟରେ ସେ ଘରମାଲିକଙ୍କଠାରୁ ସୂଚନା ପାଇଥିଲେ।

ପଚରାଉଚରା କରିବାରୁ ତାଙ୍କ ସ୍ତ୍ରୀ ସୁମୈୟା ଜାଭେରୀ ସ୍ୱୀକାର କରିଥିଲେ ଯେ, ସେ ଜଣେ ଅଳଙ୍କାର ପଲିସରଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଯାହାଫଳରେ 2ମାସ ଧରି ସେମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ଗତ ସୋମବାର ଦିନ ଯେତେବେଳେ ସୁମୈୟା ସ୍ୱାମୀ ନଥିବାର ସୁଯୋଗ ନେଇ ପ୍ରେମିକ ଜବାରଙ୍କୁ ତାଙ୍କ ଘରକୁ ଡାକିଛନ୍ତି ସେତେବେଳେ ହଠାତ ତାଙ୍କ ସ୍ୱାମୀ ସେଠାରେ ପହଞ୍ଚି ଯାଇଥିଲେ। ପୋଲିସଙ୍କ କହିବା ଅନୁସାରେ, ଏକ ଛୁରୀ ସାହାଯ୍ୟରେ ସେ 2ଜଣ ଇସମାଇଲକୁ ହତ୍ୟା କରିଥିଲେ। ଯେଉଁଥିପାଇଁ ସୁମୈୟା ଏବଂ ଜବାର ଉଭୟଙ୍କୁ ଗିରଫ କରାଯାଇଛି ତା ସହିତ ହତ୍ୟା ପାଇଁ ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking