29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଟ୍ରମ୍ପଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ

ଟ୍ରମ୍ପଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ

ବେଙ୍ଗାଲୁର: କର୍ଣ୍ଣାଟକର ହାଭେରୀରୁ ସାମ୍ନାକୁ ଆସିଛି ସାଇବର ଠକେଇର ଏକ ବଡ ମାମଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ବ୍ୟବହାର କରି ଠକିନେଇଛି ଠକ । ନିବେଶ କରିବା ଯୋଜନାରେ ଲୋଭ ଦେଖାଇ ସାଧାରଣ ଲୋକଙ୍କୁ ଠକିନେଇଛି ଠକ । ହଜାର ନୁହେଁ କି ଲକ୍ଷେ ନୁହେଁ କୋଟି କୋଟି ଟଙ୍କା ଲୋକଙ୍କ ଆକାଉଣ୍ଟରୁ ଗାୟବ ହୋଇଯାଇଛି । ପୁଲିସ ରିପୋର୍ଟ ଅନୁଯାୟୀ, ଠକମାନେ ‘ଟ୍ରମ୍ପ ଆପ୍’ ନାମକ ଏକ ମୋବାଇଲ୍ ଆପ୍ଲିକେସନ୍ ତିଆରି କରିଥିଲେ, ଯେଉଁଥିରେ ସେମାନେ ଟ୍ରମ୍ପ ହୋଟେଲ ଭଡ଼ା ଏବଂ ନିବେଶ ପ୍ଲାଟଫର୍ମ ସହିତ ଜଡିତ ଥିବା ଦାବି କରିଥିଲେ । ଏହି ଆପ୍ ସୋସିଆଲ ମିଡିଆରେ ଟାର୍ଗେଟେଡ୍ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥିଲା, ଯାହା ବ୍ୟବହାରକାରୀମାନଙ୍କୁ କମ ସମୟ ମଧ୍ୟରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇଥିଲା ।

ପ୍ରଥମେ, ଲୋକଙ୍କ ପଞ୍ଜୀକରଣ ପାଇଁ ୧୫୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା, ତା’ପରେ ସେମାନେ ୫୦୦ ଟଙ୍କା ଫେରସ୍ତ ପାଇଥିଲେ । ଲୋକଙ୍କ ମନରେ ବିଶ୍ୱାସ ଯାତ କରିବା ପାଇଁ ଠକ ଏହିପରି ଏକ ରଣନୀତି ପ୍ରସ୍ତୁତ କରିଥିଲା । ଅଧିକ ରିଟର୍ଣ୍ଣ ଲୋଭରେ ପ୍ରଲୋଭିତ ହୋଇ ଲୋକେ ବିପୁଳ ପରିମାଣର ଟଙ୍କା ନିବେଶ କରିବା ଆରମ୍ଭ କଲେ । ଶେଷରେ, ଠକମାନେ କୌଣସି ପ୍ରମାଣ ନ ଛାଡି ଅଚାନକ୍ ଗାୟବ ହୋଇଗଲେ । ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କୁ ଠକି ଫେରାର ହୋଇଯାଇଛି ଏହି ଠକ । ୧୫ ରୁ ଅଧିକ ଲୋକ  ଠକାମୀର ଶିକାର ହୋଇ ଥାନାରେ ମାମଲା ରୁଜୁ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ତେବେ ଏହି ଠକେଇରେ ଜଣେ ବ୍ୟକ୍ତି ୬ଲକ୍ଷ ଟଙ୍କା ହରାଇଛନ୍ତି । ବ୍ୟବସାୟୀ ଏବଂ ଓକିଲଙ୍କଠାରୁ ଆରମ୍ଭ କରି ଛାତ୍ର ଓ ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ବିଭିନ୍ନ ବୃତ୍ତିର ଲୋକଙ୍କୁ ଟାର୍ଗେଟ୍ କରି ଠକିନେଇଛି ଠକ ।

ପୋଲିସ କହିବା ଅନୁସାରେ, ‘ଠକମାନେ ‘ଟ୍ରମ୍ପ୍ ଆପ୍’ ନାମକ ଏକ ଆପ୍ ବ୍ୟବହାର କରି ଅନଲାଇନ୍ ଠକେଇ କରୁଛନ୍ତି, ଯାହା ଟ୍ରମ୍ପ୍ ହୋଟେଲ ରେଣ୍ଟାଲ୍ ସ୍କିମ୍ ଭାବେ କାମ କରେ ।’ ପ୍ରାରମ୍ଭିକ ଭାବରେ, ଉପଭୋକ୍ତାମାନଙ୍କୁ ପଞ୍ଜୀକରଣ ପାଇଁ  ୧୫୦୦ଟଙ୍କା ଜମା କରିବାକୁ କୁହାଯାଏ, ଏବଂ ବିଶ୍ୱାସ ସୃଷ୍ଟି କରିବା ପାଇଁ ଆପ୍ ତୁରନ୍ତ ୫୦୦ଟଙ୍କା ଫେରାଇଥାଏ । ଛୋଟ ରିଟର୍ଣ୍ଣ ଦେଇ, ସେମାନେ ଉପଭୋକ୍ତାଙ୍କ ବିଶ୍ୱାସ ଜିତିପାରନ୍ତି । ତା’ପରେ ସେମାନେ ପରବର୍ତ୍ତୀ ସ୍ତରରେ ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦିଅନ୍ତି ଏବଂ ବ୍ୟବହାରକାରୀମାନଙ୍କୁ ଅଧିକ ନିବେଶ କରିବାକୁ ପ୍ରଲୋଭିତ କରନ୍ତି ଏବଂ ତା’ପରେ ଗାୟବ ହୋଇଯାଆନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking