19.1 C
Bhubaneswar
Saturday, February 7, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଗୋପାଳପୁର :ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ -୧୬ ଭକ୍ତ ସାଲବେଗ ନଗର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଅନ୍ତର୍ଗତ ଦିଗାପଡାର ସୁନୀଲ କୁମାର ନାୟକ(୩୨) ଓ ଆହାତ ଜଣକ ହେଲେ ସିମାଞ୍ଚଳ ନାୟକ ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ସୁନୀଲ ଓ ସିମାଞ୍ଚଳ କୌଣସି କାମରେ ଲାଠିରେ ରହୁଥିବା ନିଜ ଭଉଣୀ ଘରକୁ ବାଇକ ନମ୍ବର ରେ ଯାଇ ଜାତୀୟ ରାଜପଥରେ ନିଜ ଗାଁ କୁ ଯାଉଥିବା ବେଳେ ଭକ୍ତ ସାଲବେଗ ନଗର ଛକ ନିକଟରେ ଏକ ଅଜଣା ଗାଡ଼ି​‌ ସେମାନଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସୁନୀଲର ମୃତ୍ୟୁ ହୋଇଥିବା ବେଳେ ସିମାଞ୍ଚଳ ଗୁରୁତର ଆହାତ ହୋଇ ପଡ଼ିଥିଲେ। ଘଟଣା ପରେ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking