17.1 C
Bhubaneswar
Sunday, February 8, 2026
Homeଓଡିଶାଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଶୀଘ୍ର ପହଂଚିପାରେ: ସୋଆ ପରିବେଶ ଓ...

ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଶୀଘ୍ର ପହଂଚିପାରେ: ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର

ଭୁବନେଶ୍ୱର: ଉତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ତ୍ୱରାନ୍ୱିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି। ଏହି ଲଘୁଚାପ ମେ ୨୬ କିମ୍ବା ୨୭ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଶନିବାର କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିପାରେ ଏବଂ ଲଘୁଚାପ ଯୋଗୁଁ ମେ ୨୭ ଅପରାହ୍ଣରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାରେ। ଏହି ବୃଷ୍ଟିପାତ ମେ ୩୦ ରାତ୍ରି ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଅଛି। ମାତ୍ର ମେ ୨୮ ଓ ୨୯ ତାରିଖରେ ଓଡ଼ିଶାର ଉପକୂଳ ଅଂଚଳ ଓ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷାର ତୀବ୍ରତା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ବର୍ଷା ଫଳରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମେ ୨୮ ବା ୨୯ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ବର୍ତମାନ ହେଉଥିବା ବର୍ଷାକୁ ପ୍ରାକ-ମୌସୁମୀ ବର୍ଷା ଭାବେ ଅବିହିତ କରାଯାଇପାରେ। ପୂର୍ବରୁ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଇତି ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ର ମଧ୍ୟକୁ ପ୍ରବେଶ କରିସାରିଛି ଓ ଏହାର ଆଦ୍ରତା ଓଡ଼ିଶା ଆଡ଼କୁ ପ୍ରବାହିତ ହେଉଛି ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking