20.1 C
Bhubaneswar
Saturday, December 6, 2025
Homeଓଡିଶାକୋଭିଡ: ଏବେ ବ୍ୟସ୍ତ ହୁଅନ୍ତୁନି- ସ୍ୱାସ୍ଥ୍ୟ ସଚିବ

କୋଭିଡ: ଏବେ ବ୍ୟସ୍ତ ହୁଅନ୍ତୁନି- ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜଧାନୀରେ କରୋନା  ଚିହ୍ନଟ ନେଇ ସ୍ୱାସ୍ଥ୍ୟ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,  କୋଭିଡକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ  ସ୍ୱାସ୍ଥ୍ୟ ସଚିବ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡ ଲାଇନ ଆସିନି । ପଜିଟିଭ  ଚିହ୍ନଟ  ବ୍ୟକ୍ତି ଜଣଙ୍କ  ଭଲ ଅଛନ୍ତି କହିଲେ ସ୍ୱାସ୍ଥ୍ୟ ସଚିବ । ବ୍ୟକ୍ତି ଜଣଙ୍କ କୋରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି ।  ସୂଚନାଥାଉକି, ଭୁବନେଶ୍ୱରରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେ ।  ସେ ଏବେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ନାନା ରୋଗରେ ପୀଡିତ ଥିଲେ । ଅର୍ଥାତ କୋ ମର୍ୱିଡିଟି ତାଙ୍କ ଭିତରେ ରହିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ କୋଭିଡ ପଜିଟିଭ ବାହାରିଛନ୍ତି । ତାଙ୍କର ଚିକିସା ଚାଲିଛି । ସେ କ୍ୱାରେଣ୍ଟାଇନରେ ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking