31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପାକିସ୍ତାନୀକୁ ଜ୍ୟୋତିଙ୍କ ବାହା ହେବାକୁ ଇଚ୍ଛା ଥିଲା

ପାକିସ୍ତାନୀକୁ ଜ୍ୟୋତିଙ୍କ ବାହା ହେବାକୁ ଇଚ୍ଛା ଥିଲା

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ତଥା ଟ୍ରାଭେଲ୍ ଭ୍ଲଗର୍ (ଭିଡିଓ ବ୍ଲଗର୍‌) ଜ୍ୟୋତି ମାଲହୋତ୍ରା ଓ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ପ୍ରମାଣ ମିଳିଥିବା ବେଳେ ଉଭୟଙ୍କର ଏକ କଥିତ ବାର୍ତ୍ତାଳାପ ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ରହୁଥିବା ଏବଂ ‘ଟ୍ରାଭେଲ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା ମାଲହୋତ୍ରାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ରେ କାମ କରୁଥିବା ଅଲି ହାସନଙ୍କ ସହ ସେ ନିରନ୍ତର ଯୋଗାଯୋଗରେ ଥିଲେ। ଦୁହେଁ ବହୁତ କଥାବାର୍ତ୍ତା କରୁଥିଲେ।  ରିପୋର୍ଟ ମୁତାବକ, ୩୩ ବର୍ଷୀୟା ଜ୍ୟୋତି ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର କିଛି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ । ଜଣେ ଅଧିକାରଙ୍କ ସହ ତାଙ୍କର ହ୍ୱାଟସଆପ ଚାଟ ମଧ୍ୟ ମିଳିଛି । ଏଥିରେ ଆଇଏସଆଇ ଏଜେଣ୍ଟ ହସନ ଅଲ୍ଲୀ ଜ୍ୟୋତିଙ୍କୁ ଦୁଆ ବା ଶୁଭେଚ୍ଛା ଦେଉଥିବା ବେଳେ ଜବାବରେ ଜ୍ୟୋତି ପାକିସ୍ତାନରେ ତାଙ୍କର ବିବାହ କରାଇଦେବା ଲାଗି କହୁଛନ୍ତି । ହ୍ୱାଟସଆପ ଚାଟରେ ହସନ ଅଲ୍ଲୀ ଲେଖିଥିଲେ ଜୋ ୟାର ମେରେ ଦିଲ ସେ ଦୂଆ ନିକଲତି ହେ ହମେଶା କି ଆପ ଖୁସ ରହେ । ଆପ ହମେଶା ହଁସତେ ଖେଲତେ ରହୋ ଜୀବନ ମେ କୋଇ ଗମ ନେହିଁ ଆୟେଗା । ଜବାବରେ ଜ୍ୟୋତି ଲେଖିଥିଲେ ମେରି ଶାଦୀ ପାକିସ୍ତାନ ମେଁ କରୱାଦୋ ।

ଏହାରି ଭିତରେ ତଦନ୍ତ ବେଳେ ପୁଲିସ ମାଲହୋତ୍ରାଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ପାଇଛି। ଗୋଟିଏ ଆକାଉଣ୍ଟରେ ଦୁବାଇର କାରବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ କେଉଁଠୁ ଟଙ୍କା ପାଉଥିଲେ ତାହା ଜାଣିବା ପାଇଁ ଏଜେନ୍ସିଗୁଡ଼ିକ ଏବେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ମାଲହୋତ୍ରା ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ, ଏହି ସମୟରେ ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନର ଅଧିକାରୀ ରହିମଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ରହିମ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ପରିଚିତ କରାଇଥିଲେ।  ଆସନ୍ତାକାଲି ଜ୍ୟୋତିଙ୍କର ରିମାଣ୍ଡ ଅବଧି ଶେଷ ହୋଇଛି । ଏହାପରେ ତାଙ୍କୁ ହିସାର ସ୍ଥିତ କୋର୍ଟରେ ହାଜର କରାଯିବ ।

ଚଣ୍ଡିଗଡ ରେ ଜ୍ୟୋତିଙ୍କ ଯାଞ୍ଚ ବେଳେ ଏନଆଇଏ ଟିମ ତାହ୍‌କର ଟ୍ରାଭେଲ ଭିଡିଓରେ କିଛି ସ୍ୱତନ୍ତ୍ର ପ୍ୟାଟଣ୍ଣ ଦେଖିବାକୁ ପାଇଛି । ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଟ୍ରାଭେଲ ୱିଥ ଜୋ ରେ ଅଅଧିକାଂଶ ଭିଡିଓ ଧାର୍ମିକ ପଯ୍ୟଟନ ସହ ଜଡିତ । ଜ୍ୟୋତିଙ୍କ ଘରୁ ମିଳିଥିବା ଡାଏରିରେ ସେ ନିଜ ପାକିସ୍ତାନ ଗସ୍ତ ବାବଦରେ ଲେଖିଛନ୍ତି। ଏଥିରେ ଲେଖାଯାଇଛି, ପାକିସ୍ତାନରେ ୧୦ ଦିନ ଯତ୍ରା କରି ଫେରିଛି। ଏହି ସମୟରେ ସେଠାକାର ଲୋକଙ୍କଠାରୁ ଢେର ଭଲପାଇବା ମିଳିଛି। ଆମର ସବସକ୍ରାଇବର ଓ ବନ୍ଧୁମାନେ ସାକ୍ଷାତ କରିବାକୁ ଆସିଥିଲେ । ଲହୋର ବୁଲିବା ପାଇଁ ମିଳିଥିବା ଦୁଇଦିନ ଅତ୍ୟନ୍ତ କମ୍ ଥିଲା। ସୀମା ଭିତରର ଦୂରତା କେବେ ଯିବ କେଜାଣି । ପାକିସ୍ତାନର ଟ୍ରକ୍ ଓ ବସ୍ କ‌ଥା ଯେତେ କହିଲେ ବି କମ୍ ହେବ। ଏଥିରେ ଯାତ୍ରା ଅତ୍ୟନ୍ତ ଚମତ୍କାର। ପାକ୍ ସରକାରଙ୍କୁ ଅନୁରୋଧ ଯେ ଭାରତୀୟଙ୍କ ଲାଗି ଆହୁରି ଗୁରୁଦ୍ୱାର ଓ ମନ୍ଦିର ପାଇଁ ରାସ୍ତା ଖୋଲନ୍ତୁ, ଯଦ୍ୱାରା ହିନ୍ଦୁ ଲୋକମାନେ ବି ଯାଇପାରିବେ।’ ଡାଏରିରୁ ଜଣାପଡ଼ିଛି ଜ୍ୟୋତି ଉର୍ଦୁ ଶିଖୁଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking