23.1 C
Bhubaneswar
Sunday, March 22, 2026
Homeଓଡିଶାଦେଶକୁ ସମର୍ଥ ଓ ବିଶ୍ୱଶକ୍ତିରେ ପରିଣତ କରିବା ରାଜୀବଙ୍କ ସ୍ୱପ୍ନଥିଲା: ଭକ୍ତ ଚରଣ ଦାସ

ଦେଶକୁ ସମର୍ଥ ଓ ବିଶ୍ୱଶକ୍ତିରେ ପରିଣତ କରିବା ରାଜୀବଙ୍କ ସ୍ୱପ୍ନଥିଲା: ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସଭାକୁ ପ୍ରଦ୍ୱୀପ ପ୍ରଜ୍ଜୋଳନ କରି ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପଂଚାୟତିରାଜ ବ୍ୟବସ୍ଥାର ପ୍ରଗତି କ୍ଷେତ୍ରରେ ରାଜୀବ ଗାନ୍ଧୀଙ୍କର ଅବଦାନ ଅତୁଳନୀୟ ଯାହା ସେ ତାଙ୍କ ସମଗ୍ର ବିଶ୍ୱରେ ଭାରତକୁ ଏକ ଅଗ୍ରଣୀ ମହାଶକ୍ତି ଭାବେ ପରିଗଣିତ କରିବା ପାଇଁ ଭାରତ ରତ୍ନ ରାଜୀବ ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ଓ କେତେଗୁଡିଏ ପଦକ୍ଷେପ ନେଇଥିଲେ ଯାହା ଆଜି ଧିରେ ଧିରେ ସଫଳ ରୂପ ନେଉଅଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମତବ୍ୟକ୍ତ କରିଥିଲେ ଓ ଯୁବ ଓ ଛାତ୍ର ଗୋଷ୍ଠିକୁ ଦେଶର ଭବିଷ୍ୟତ ରୂପେ ଚିତ୍ରଣ କରିବା ସହିତ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସଭାରେ ସଂଗୀତ ମାଧ୍ୟମରେ ଶ୍ରୀ ଦାସ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଦେଶ ପ୍ରେମ ସଂଗୀତ ମାଧ୍ୟମରେ ଉତ୍ସାହିତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ବିନାୟକ ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ତାଙ୍କ ଭାଷଣରେ ତାଙ୍କର ଆଇ.ଆଇ.ଟି ଖଡଗପୁର ଅଧ୍ୟାପକ ସମୟରେ ରାଜୀବ ଗାନ୍ଧୀଙ୍କ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମରେ ସାକ୍ଷାତ ହୋଇଥିଲା ଓ ରାଜୀବ ଗାନ୍ଧୀ ବିଜ୍ଞାନଓ ବୈଷୟିକ କ୍ଷେତ୍ରରେ ବ୍ୟାପକ ଉନ୍ନତି ପାଇଁ ସର୍ବଦା ଚିନ୍ତିତ ଓ ଚେଷ୍ଟାରତ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ.ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଯୁବକମାନେ ନିଜ ପ୍ରତିଭାକୁ ଦେଶ ହିତରେ ବ୍ୟବହାର କରିବା ପାଇଁ ସ୍ୱପ୍ନ ଦେଖି ତାକୁ ସାକାର କଲେ ଆମ ଓଡିଶା ଓ ଭାରତବର୍ଷର ନୂତନ ଯୁଗ ନିର୍ମାଣ ହୋଇପାରିବ ଏବଂ ରାଜୀବଗାନ୍ଧୀ ଜାତୀୟ ସଂହତି, ଶାନ୍ତି, ସଦଭାବନା, ରାଜ୍ୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ଓ ବିଶ୍ୱମୈତ୍ରୀଭାବ ବୃଦ୍ଧି କ୍ଷେତ୍ରରେ ନିରନ୍ତର କାର୍ଯ୍ୟକରୁଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ଲୋନିକ୍‌ର ସମ୍ପାଦକ ଡଃ ପବିତ୍ର ମୋହନ ସାମନ୍ତରାୟ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରିବା ସହ ଯୁବକ ଏବଂ ଛାତ୍ରମାନେ ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଭାରତର ନିର୍ମାଣର ସ୍ୱପ୍ନ ରାଜୀବ ଗାନ୍ଧୀଙ୍କର ମାନସପଟ୍ଟରେ ସର୍ବଦା ଉଦ୍ରେକ ହେଉଥିଲା ଓ ଏହି ସ୍ୱପ୍ନର ଭାରତବର୍ଷକୁ ବିକଶିତ କରିବା ପାଇଁ କେବଳ ଯୁବକମାନେ ଆନ୍ତରିକତାର ସହ ଆଗେଇ ଆସିବା ସହ ବର୍ତମାନ ମହାତ୍ମାଗାନ୍ଧୀ , ଜବାହାରଲାଲ ନେହେରୁଙ୍କ ପରି ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ୟୁଟୁଭ୍ ଓ ସୋସିଆଲ ମାନଙ୍କ ମଧ୍ୟରେ ଭୁଲ୍ ତଥ୍ୟ ପ୍ରଚାର ଓ ପ୍ରଚାର କରାଯାଉଥିବାରୁ ଦେଶର ଭବିଷ୍ୟତ ଆମର ଛାତ୍ର ସମାଜ ଉପରୋକ୍ତ ଘଟଣାବଳିକୁ ଅଣଦେଖା କରିବା ସହିତ ସତ୍ୟକୁ ଆହରଣ କରିବାକୁ ଫୋରମର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଆହ୍ୱାନ ଦେଇଥିଲେ । ଓଡିଶାର ଏନ୍‌.ସି.ସି. କ୍ୟାଡେଟ୍‌, ସ୍ମାଉଟ୍ ଗାଇଡ୍‌, ଏନ୍‌.ଏସ୍‌.ଏସ୍‌. ସ୍ୱେଚ୍ଛାସେବୀ, ଯୁବ ରେଡକ୍ରସ, ସାହିତ୍ୟ, ବିଜ୍ଞାନ, କ୍ରୀଡା, କଳା, ଓଡ଼ିଶୀ ନୃତ୍ୟ, ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ୧୪୮ଜଣ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର-୨୦୨୫ ସମ୍ମାନରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ସମ୍ମାନ କରିଥିଲେ। ଛାତ୍ର ଫୋରମର ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ସଂଯୋଜକ ପ୍ରିୟବ୍ରତ ନାୟକ, ଅଜୟ କୁମାର ପାଇକରାୟ, ସାଗର ରଞ୍ଜନ ପରିଡା, ବିନୋଦ କୁମାର ରାଉତ, ଅନିଲ ମହାନ୍ତି, ଶିବ ପ୍ରସାଦ ଦାସ, ବିଦ୍ୟାଚରଣ ସୁନା, ସନ୍ତୋଷ କୁମାର ନାୟକ, ଦେବେନ୍ଦ୍ର ଦାସ ଓ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ଆନନ୍ଦପୁର କଲେଜର ଛାତ୍ରୀ ସୋମା ଦେବୀ ପୁରସ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking