ଭୁବନେଶ୍ୱର: ପିଜୁଳି ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭ ହୋଇଥାଏ । ପ୍ରତିଦିନ ପିଜୁଳି ପତ୍ର ଚୋବାଇ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ମାଙ୍ଗାନିଜ, ପୋଟାସିୟମ, ଭିଟାମିନ ସି, ଫାଇବର ଭଳି ଗୁଣ ରହିଥାଏ । ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିବାରେ ସହାୟକ ହୋଇଥାଏ । ପିଜୁଳି ପତ୍ର କାଶ ଦୂର କରିଥାଏ । ଗଳାରୁ କଫ ସଫା କରିବାରେ ସାହାଯ୍ୟ କରେ । ଯଦି ଆପଣ ସକାଳେ ଖାଲି ପେଟରେ ଏଗୁଡିକୁ ଚୋବାଇ ଖାଆନ୍ତି, ତେବେ ଗଳା ଜଳିବାରେ ସାହାଯ୍ୟ କରେ । ଏହି ପତ୍ରରେ ପୋଟାସିୟମ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ । ଯାହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ରକ୍ତଚାପ ରୋଗୀମାନେ ଏହାକୁ ଖାଲି ପେଟରେ ସେବନ କରିପାରିବେ । ଏହା ସହିତ ପେଟ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କର ବର୍ଧିତ ଓଜନ କମାଇବା ପାଇଁ ଚାହାନ୍ତି, ତେବେ ଏହି ପତ୍ର ଆପଣଙ୍କୁ ସାହାଯ୍ୟ କରିବ । ପିଜୁଳି ପତ୍ରରେ ଫାଇବର ଥାଏ । ଯାହା ଶରୀରରେ କାର୍ୱୋହାଇଡ୍ରେଟର ଶୋଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।









