27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସାମ୍ନାକୁ ଆସିଲା ୨୦୨୪-୨୫ ବର୍ଷର ଆର୍ଥିକ ଫଳାଫଳ; ଅନୁମୋଦନ କଲେ ରେପ୍‌କୋ ହୋମ୍ ଫାଇନାନ୍ସ କର୍ତ୍ତୃପକ୍ଷ

ସାମ୍ନାକୁ ଆସିଲା ୨୦୨୪-୨୫ ବର୍ଷର ଆର୍ଥିକ ଫଳାଫଳ; ଅନୁମୋଦନ କଲେ ରେପ୍‌କୋ ହୋମ୍ ଫାଇନାନ୍ସ କର୍ତ୍ତୃପକ୍ଷ

ଚେନ୍ନାଇ: ଶୁକ୍ରବାର ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ରେପ୍‌କୋ ହୋମ୍ ଫାଇନାନ୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ମଣ୍ଡଳୀ ୩୧ ମାର୍ଚ୍ଚ, ୨୦୨୫ରେ ଶେଷ ହୋଇଥିବା ତ୍ରୈମାସିକ ଏବଂ ଆର୍ôଥକ ବର୍ଷ ପାଇଁ ଭାରତୀୟ ଆକାଉଣ୍ଟିଂ ମାନକ (ଆଇଏନ୍‌ଡି ଏଏସ୍‌) ଅନୁଯାୟୀ ପ୍ରସ୍ତୁତ ଆର୍ôଥକ ଫଳାଫଳକୁ ଅନୁମୋଦନ କରିଛନ୍ତି।

ଋଣ ବହି ଏବଂ ଗଠନ
୩୧ ମାର୍ଚ୍ଚ, ୨୦୨୫ ଶେଷ ସୁଦ୍ଧା ମୋଟ୍ ଋଣ ପରିମାଣ ୧୪,୪୯୨ କୋଟି ଟଙ୍କା ରହିଥିଲା, ଯେତେବେଳେ କି ଏକ ବର୍ଷ ପୂର୍ବ ସମାନ ସମୟ ସୁଦ୍ଧା ଏହା ୧୩,୫୧୩ କୋଟି ଟଙ୍କା ଥିଲା। ଡିସେମ୍ବର ୩୧, ୨୦୨୪ ସୁଦ୍ଧା ଏୟୁଏମ୍ ୧୪,୧୫୫ କୋଟି ଟଙ୍କା ଥିଲା। ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ଅଣ-ବେତନଭୋଗୀ ବର୍ଗକୁ ପ୍ରଦାନ କରାଯାଇଥିବା ଋଣ ବକେୟା ଋଣ ବହିର ୫୨% ଥିଲା ଏବଂ ବେତନଭୋଗୀ ବର୍ଗକୁ ପ୍ରଦାନ କରାଯାଇଥିବା ଋଣ ଋଣ ବହିର ୪୮% ଥିଲା। ଗୃହ ଋଣ ୭୩% ଥିଲା, ଯେତେବେଳେ ଗୃହ ଇକ୍ୱିଟି ଉତ୍ପାଦଗୁଡ଼ିକ ବକେୟା ଋଣ ବହିର ୨୭% ଥିଲା। କମ୍ପାନୀ ଦ୍ୱାରା ଦିଆଯାଇଥିବା ଋଣର ୧୦୦% ଖୁଚୁରା ଋଣ ରହିଥିଲା।

ଆସେଟ୍ ଗୁଣବତ୍ତା
– ମୋଟ୍ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଜିଏନ୍‌ପିଏ) ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ୪୭୩ କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହାକି ଡିସେମ୍ବର ୩୧, ୨୦୨୪ ସୁଦ୍ଧା ୫୪୬ କୋଟି ଟଙ୍କା ଏବଂ ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ୫୫୨ କୋଟି ଟଙ୍କା ଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦର୍ଶାଉଛି।
– ଋଣ ସମ୍ପତ୍ତିରେ ଏନ୍‌ଏନ୍‌ପିଏର ଅଂଶ ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧୯୧ କୋଟି ଟଙ୍କା ଥିଲା, ଯେତେବେଳେ ଏହା ୩୧ ଡିସେମ୍ବର, ୨୦୨୪ ସୁଦ୍ଧା ୨୦୯ କୋଟି ଟଙ୍କା ଏବଂ ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ୫୫୨ କୋଟି ଟଙ୍କା ଥିଲା। ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ୧୯୨ କୋଟି ଟଙ୍କା ରହିଥିଲା।
– ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ମୋଟ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଜିଏନ୍‌ପିଏ) ଅନୁପାତ ୩.୩%କୁ ହ୍ରାସ ପାଇଛି ଏବଂ ନେଟ୍ ଏନ୍‌ପିଏ ଅନୁପାତ ଋଣ ସମ୍ପତ୍ତିର ୧.୩% ରହିଛି। ଏହା ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଯଥାକ୍ରମେ ୪.୧% ଏବଂ ୧.୫% ଥିଲା।
– ଆଇଏନ୍‌ଡି ଏଏସ୍ ଅନୁଯାୟୀ, କମ୍ପାନୀ ମୋଟ୍ ଋଣ ସମ୍ପତ୍ତିର ୩% କିମ୍ବା ୪୩୩ କୋଟି ଟଙ୍କାର ଆଶାକରା କ୍ରେଡିଟ୍ କ୍ଷତି ପାଇଁ ବ୍ୟବସ୍ଥା କରିଛି। ଷ୍ଟେଜ୍‌-୩ ସମ୍ପତ୍ତିର କଭରେଜ୍ ଅନୁପାତ ହେଉଛି ୫୯.୬%।
ଆର୍ôଥକ ବର୍ଷ ୨୦୨୫ ଚତୁର୍ଥ ତ୍ରୈମାସିକ ବନାମ ଆର୍ôଥକ ବର୍ଷ ୨୦୨୫ର ତୃତୀୟ ତ୍ରୈମାସିକରେ ପ୍ରଦର୍ଶନ
– ଆର୍ôଥକ ବର୍ଷ ୨୦୨୫ର ଚତୁର୍ଥ ତ୍ରୈମାସରେ ଋଣ ମଞ୍ଜୁର ୧,୦୫୯ କୋଟି ଟଙ୍କା ହୋଇଛି, ଯାହା ଆର୍ôଥକ ବର୍ଷ ୨୫ର ତୃତୀୟ ତ୍ରୈମାସରେ ୮୦୬ କୋଟି ଟଙ୍କା ଥିଲା, ଯାହା ୩୧% ଅଭିବୃଦ୍ଧି ଦର୍ଶାଇଛି।
– ଆର୍ôଥକ ବର୍ଷ ୨୦୨୫ର ଚତୁର୍ଥ ତ୍ରୈମାସରେ ମଞ୍ଜୁର ଋଣ ପରିମାଣ ୯୭୫ କୋଟି ଟଙ୍କା ରହିଥିଲା। ଯାହାକି ଆର୍ôଥକ ବର୍ଷ ୨୦୨୫ର ତୃତୀୟ ତ୍ରୈମାସରେ ୭୬୧ କୋଟି ଟଙ୍କା ଥିଲା। ଯାହାକି ଗୋଟିଏ ତ୍ରୈମାସରେ ୨୮% ଅଭିବୃଦ୍ଧିକୁ ଦର୍ଶାଉଛି।
– ଆର୍ôଥକ ବର୍ଷ ୨୦୨୫ର ତୃତୀୟ ତ୍ରୈମାସରେ ୧୦୭ କୋଟି ଟଙ୍କା ତୁଳନାରେ ଆର୍ôଥକ ବର୍ଷ ୨୦୨୫ର ଚତୁର୍ଥ ତ୍ରୈମାସରେ ନିଟ୍ ଲାଭ ୧୧୫ କୋଟି ଟଙ୍କା ହୋଇଛି, ଯାହା ୮% ଅଭିବୃଦ୍ଧି ହାସଲ କରିଛି।
– ଋଣ ସମ୍ପ୍ରସାରଣ ହାର ୩.୩% ଅର୍ଥାତ୍ ଏକ ସୁସ୍ଥ ହାରରେ ସ୍ଥିର ରହିଛି।
– ଆର୍ôଥକ ବର୍ଷ ୨୦୨୫ର ଚତୁର୍ଥ ତ୍ରୈମାସରେ ସମ୍ପତ୍ତି ଏବଂ ଇକ୍ୱିଟି ଉପରେ ରିଟର୍ଣ୍ଣ ଯଥାକ୍ରମେ ୩.୧% ଏବଂ ୧୪.୬% ଥିଲା, ଯାହା ଆର୍ôଥକ ବର୍ଷ ୨୦୨୫ର ତୃତୀୟ ତ୍ରୈମାସରେ ଯଥାକ୍ରମେ ୩.୧% ଏବଂ ୧୪.୬% ଥିଲା।
ଆର୍ôଥକ ବର୍ଷ ୨୦୨୫ ଚତୁର୍ଥ ତ୍ରୈମାସିକ ବନାମ ଆର୍ôଥକ ବର୍ଷ ୨୦୨୪ ଚତୁର୍ଥ ତ୍ରୈମାସିକରେ ପ୍ରଦର୍ଶନ
– ଆର୍ଥିକ ବର୍ଷ ୨୦୨୪ ଚତୁର୍ଥ ତ୍ରୈମାସରେ ଋଣ ଅନୁମୋଦନ ୯୭୮ କୋଟି ଟଙ୍କା ରହିଥିବା ବେଳେ ୨୦୨୫ ଆର୍ଥିକ ବର୍ଷ ଚତୁର୍ଥ ତ୍ରୈମାସ ସୁଦ୍ଧା ଏହା ୧,୦୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହାକି ଯାହା ୮% ଅଭିବୃଦ୍ଧି ପଞ୍ଜିକୃତ କରିଛି।
– ଆର୍ôଥକ ବର୍ଷ ୨୦୨୫ ଚତୁର୍ଥ ତ୍ରୈମାସରେ ଋଣ ବଣ୍ଟନ ପରିମାଣ ୯୭୫ କୋଟି ଟଙ୍କା ହୋଇଛି, ଯାହା ଆର୍ôଥକ ବର୍ଷ ୨୦୨୪ ଚତୁର୍ଥ ତ୍ରୈମାସରେ ୮୯୫ କୋଟି ଟଙ୍କା ଥିଲା, ଯାହାକି ୯% ଅଭିବୃଦ୍ଧି ହାସଲକୁ ଦର୍ଶାଉଛି।
– ୨୦୨୪ ଏବଂ ୨୦୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ ମୋଟ୍ ଆୟ ୩୯୭ କୋଟି ଟଙ୍କା ତୁଳନାରେ ୪୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଁ ଯାହା ୧୦% ଅଭିବୃଦ୍ଧିକୁ ଦର୍ଶାଉଛି।
– ନେଟ୍ ସୁଧ ଆୟ ୧୭୨ କୋଟି ଟଙ୍କା ତୁଳନାରେ ୧୮୦ କୋଟି ଟଙ୍କା ହୋଇଛି, ଯାହା ୫% ଅଭିବୃଦ୍ଧି ହାସଲ କରିଛି।
– ନେଟ୍ ଲାଭ ୧୦୮ କୋଟି ଟଙ୍କା ତୁଳନାରେ ୧୧୫ କୋଟି ଟଙ୍କା ହୋଇଛି, ଯାହା ୬% ଅଭିବୃଦ୍ଧି ହାସଲ କରିଛି।
– ଋଣ ସମ୍ପ୍ରସାରଣ ହାର ୩.୩%ରେ ସ୍ଥିର ରହିଛି।
– ସମ୍ପତ୍ତି ଉପରେ ରିଟର୍ଣ୍ଣ ୩.୩% ଥିଲା, ଯାହା ଫଳରେ ଇକ୍ୱିଟି ଉପରେ ରିଟର୍ଣ୍ଣ ଯଥାକ୍ରମେ ୩.୨% ଏବଂ ୧୬.୫% ତୁଳନାରେ ୧୫.୧% ହୋଇଛି।

ଆର୍ôଥକ ବର୍ଷ ୨୦୨୫ ବନାମ ଆର୍ôଥକ ବର୍ଷ ୨୦୨୪ରେ ପ୍ରଦର୍ଶନ
– ୨୦୨୫ ଆର୍ଥିକ ବର୍ଷରେ ଏୟୁଏମ୍ ୧୪,୪୯୨ କୋଟି ଟଙ୍କା ଥିଲା, ଯାହା ଆର୍ôଥକ ବର୍ଷ ୨୦୨୪ରେ ୧୩,୫୧୩ କୋଟି ଟଙ୍କା ଥିଲା, ଯାହା ୭% ଅଭିବୃଦ୍ଧି ପଞ୍ଜିକରଣ କରିଛି।
– ଆର୍ôଥକ ବର୍ଷ ୨୦୨୫ରେ ଋଣ ଅନୁମୋଦନ ୩,୫୧୯ କୋଟି ଟଙ୍କା ଥିଲା, ଯାହା ଆର୍ôଥକ ବର୍ଷ ୨୦୨୪ରେ ୩୩୪୦ କୋଟି ଟଙ୍କା ଥିଲା।
– ଆର୍ôଥକ ବର୍ଷ ୨୦୨୫ରେ ଋଣ ବଣ୍ଟନ ପରିମାଣ ୩୨୮୪ କୋଟି ରହିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ୩୧୩୫ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଏହା ୫% ଅଭିବୃଦ୍ଧିକୁ ପ୍ରଦର୍ଶିତ କରୁଛି।
– ଆର୍ଥିକ ବର୍ଷ ୨୦୨୪ ଏବଂ ଆର୍ଥିକ ବର୍ଷ ୨୦୨୫ରେ ମୋଟ ଆୟ ୧,୫୪୧ କୋଟି ଟଙ୍କାରୁ ୧,୭୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ୧୨% ଅଭିବୃଦ୍ଧି ଦର୍ଶାଇଛି।
– ନେଟ୍ ସୁଧ ଆୟ ୫% ମାର୍ଜିନ୍ ରେକର୍ଡ ସହ ୭୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
– ନେଟ୍ ଲାଭ ୩୯୫ କୋଟି ଟଙ୍କା ତୁଳନାରେ ୪୩୯ କୋଟି ଟଙ୍କା ହୋଇଛି, ଯାହା ୧୧% ଅଭିବୃଦ୍ଧି ହାସଲକୁ ପ୍ରମାଣିତ କରୁଛି।
– ଋଣ ସ୍ପ୍ରେଡ୍ ହାର ୩.୩%ରେ ସ୍ଥିର ରହିଛି।
– ସମ୍ପତ୍ତି ଉପରେ ରିଟର୍ଣ୍ଣ ୩.୨% ଥିଲା, ଯାହା ଫଳରେ ଇକ୍ୱିଟି ଉପରେ ରିଟର୍ଣ୍ଣ ୨୦୨୪ରେ ଯଥାକ୍ରମେ ୩.୦% ଏବଂ ୧୫.୮% ତୁଳନାରେ ୧୫.୨% ହୋଇଛି।

କ୍ୟାପିଟାଲ ଆଡିକ୍ୱାସି (ପୁଞ୍ଜି ପର୍ଯ୍ୟାପ୍ତତା)
କ୍ୟାପିଟାଲ ଆଡିକ୍ୱାସି (ପୁଞ୍ଜି ପର୍ଯ୍ୟାପ୍ତତା) ଅନୁପାତ ୩୪.୭% ରହିଛି। ନିୟାମକଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ହେଉଛି ୧୫.୦%।

ବଣ୍ଟନ ନେଟ୍‌ୱାର୍କ
୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, କମ୍ପାନୀର ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ମହାରାଷ୍ଟ୍ର, ଓଡ଼ିଶା, ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ୧୮୯ଟି ଶାଖା ଏବଂ ୪୪ଟି ସାଟେଲାଇଟ୍ କେନ୍ଦ୍ରର ନେଟୱାର୍କ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking