ମଣିଷ ସବୁବେଳେ ଏକା ପରି ନ ଥାଏ
-ପ୍ରଥମେ ମଣିଷ ଠୋକର୍ ଖାଏ
-ତା’ପରେ ଶିକ୍ଷା ପାଏ
-ଆଉ ତା’ପରେ ବଦଳି ଯାଏ ।
ଯଦି ଅନ୍ୟର ସଫଳତାକୁ ଆମେ ସ୍ୱୀକାର କରିନପାରନ୍ତି ତେବେ ତାହା ଆମର ଇର୍ଷା ଵନିଯାଏ, ଆଉ ଯଦି ସ୍ୱୀକାର କରିନିଅନ୍ତି ତେବେ ତାହା ଆମ ପାଇଁ ପ୍ରେରଣା ଵନିଯାଏ।
ଭଗବାନ ସବୁ ସମ୍ପର୍କ କୁ ଆଗରୁ ତିଆରି କରି ପଠେଇ ଥାନ୍ତି କିନ୍ତୁ ଦୁଇଟି ସମ୍ପର୍କ ଆମେ ଏହି ପୃଥିବୀକୁ ଆସିଲା ପରେ ହିଁ ତିଆରି କରି ଥାଉ ଗୋଟିଏ ହେଲା “ବନ୍ଧୁତା” ଆଉ ଅନ୍ୟଟି ହେଲା “ଶତ୍ରୁତା” ।।
ଜିତିବାର ଇଚ୍ଛାଟା ସେତେବେଳେ ଖୁବ ବେଶି ବଢ଼ିଯାଏ l
ଯେତେବେଳେ ତୁମକୁ ହରାଇବାକୁ କେହି ଆପ୍ରାଣ ଚେଷ୍ଟା କରୁଥାନ୍ତି ।
ସମ୍ପର୍କ Tom and Jerry ପରିକା ହେବା ଦରକାର, ସବୁବେଳେ ଝଗଡ଼ା ଲାଗିବେ କିନ୍ତୁ କେହି କାହାକୁ ଛାଡି ରହିପାରିବେ ନାହିଁ ।
ଯେଉଁମାନେ ନିଜକୁ ଶୁଦ୍ଧ କରିଥାନ୍ତି, ନିଜର ଆତ୍ମବଳ ଉପରକୁ ଉଠାଇଥାନ୍ତି, ସେଇମାନଙ୍କୁ ହିଁ ଶକ୍ତି ମିଳିଥାଏ l ଏପରି ବ୍ୟକ୍ତି ଭୟାଳୁ ବା ହୃଦୟହୀନ ହୁଅନ୍ତି ନାହିଁ l ଏପରି ବ୍ୟକ୍ତି ମାନଙ୍କ ଅନ୍ତରରେ କରୁଣା, ଦୟା ପୁରି ରହିଥାଏ l
ଅଦ୍ୟ ମଇ ମାସ ୧୭ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ପ୍ରା ଘ୦୫/୨୭ ଗତେ ପଞ୍ଚମୀ
ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ୦୬/୩୬ ଗତେ ଉତ୍ତରାଷାଢ଼ା
ଚନ୍ଦ୍ର- ଧନୁ ରାତ୍ରି ଘ୧୨/୫୮ ଗତେ ମକର
ଯୋଗ- ସାଧ୍ୟ
କରଣ – ବାଲବ
ସୌରମାସ- ବୃଷ ୦୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୧୯
*✧═════•❁❀
ଯୋଗିନୀ ଦକ୍ଷିଣେ
ତୁଳା ଓ କୁମ୍ଭ ରାଶି ରଘାତ ଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୬/୫୦ ମଧ୍ୟେ ଓ ଦିବା ଘ୦୪/୪୩ ଗତେ ଘ୦୬/୧୫ ମଧ୍ୟେ
ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୩୮ ଗତେ ଘ୦୪/୪୨ ମଧ୍ୟେ ଓ ରାତ୍ରି ରାତ୍ରି ଘ୦୭/୩୫ ଗତେ ଘ୦୭/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୯/୨୩ ଗତେ ଘ୧୧/୫୪ ମଧ୍ୟେ * ═✧*══•❁❀❁•═════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
═✧══•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
✧═════•❁❀❁•═════
ବୃଷ
ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
✧═════•❁❀❁•═════
ମିଥୁନ
ଆଜି ଧନନାଶ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*
✧═════•❁❀❁•═════
କର୍କଟ
ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*
✧═════•❁❀❁•═════
ସିଂହ
ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
✧═════•❁❀❁•═════
କନ୍ୟା
ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*
✧═════•❁❀❁•═════
ତୁଳା
ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
✧═════•❁❀❁•═════
ବିଛା
ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।*
✧═════•❁❀❁•═════
ଧନୁ
ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
✧═════•❁❀❁•═════
ମକର
ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
✧═════•❁❀❁•═════
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*
✧═════•❁❀❁•═════
ମୀନ
ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*










