36.1 C
Bhubaneswar
Tuesday, May 26, 2026
Homeଓଡିଶା୧୦ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ

୧୦ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁରରୁ ବିପୁଳ କାଠ ଜବତ। ୧୦ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ ହୋଇଛି। ଆଜି  ଭୋର୍ ୫ଟାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗାଁରେ କେନ୍ଦୁଝର ଡିଏଫଓ ଙ୍କ ତତ୍ବାବଧାନରେ ସାନ୍ତରାପୁର ଗ୍ରାମରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ବନ ବିଭାଗ ଏକ ବଡ ଧରଣର ଚଢ଼ାଉ ଜାରି ରହିଛି ।  ତେବେ ଏହି ସାନ୍ତରାପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିଲା । କିନ୍ତୁ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟ୍ରିପ୍ ରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ଜବତ ହୋଇଥିବା ବେଳେ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking