21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଅପରେସନ ସିନ୍ଦୂରରେ ଘାଇଲା ପାକ୍‌

ଅପରେସନ ସିନ୍ଦୂରରେ ଘାଇଲା ପାକ୍‌

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ ଟାରେ (ଭାରତ ଏବଂ ପାକିସ୍ତାନର) ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଗୋଟିଏ ବି ଗୁଳି ଚଳାଇବେ ନାହିଁ କିମ୍ବା ପରସ୍ପର ବିରୁଦ୍ଧରେ କୌଣସି ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଜାରି ରଖିବା ସହିତ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ହ୍ରାସ ସୁନିଶ୍ଚିତ କରିବା ପାଇଁ ଉଭୟ ପକ୍ଷ ତୁରନ୍ତ ପଦକ୍ଷେପ ବିଚାର କରିବାକୁ ମଧ୍ୟ ସହମତ ହୋଇଛି ବୋଲି କହିଥିଲେ ଭାରତୀୟ ସେନା।

ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, “ଆମର ଚାରି ସ୍ତରର ସୁରକ୍ଷା କବଚ ରହିଛି, ଯାହାକି ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ମୁଁ ସ୍ପଷ୍ଟ ଭାବେ କହିରଖୁଛି, ଆମର ସମସ୍ତ ସିଷ୍ଟମ କାର୍ଯ୍ୟକ୍ଷମ ରହିଛି । ସବୁ ଦିଗରୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ଧରଣର ହେବ । ମୁକାବିଲା ଆମେ ସମସ୍ତ ପ୍ରକାର କୌଶଳ ଆପଣାଉଛୁ । ଭଗବାନ କରନ୍ତୁ ଲଢ଼େଇ ନହେଉ, ଯଦି ହୁଏ ପୂରା ଅଲଗା ଧରଣର ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking