17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଭାରତର ତାଣ୍ଡବରେ ଧୂଳିସାତ୍ ହୋଇଯିବ ପାକିସ୍ତାନ

ଭାରତର ତାଣ୍ଡବରେ ଧୂଳିସାତ୍ ହୋଇଯିବ ପାକିସ୍ତାନ

ନୂଆଦିଲ୍ଲୀ: ଗୋଟିଏ ପଟେ ପାକିସ୍ତାନ ନିଜ ଆଡୁ ଭାରତ ସହ ଯୁଦ୍ଧ ବିରାମ୍ ପାଇଁ ମଧ୍ୟସ୍ଥତା କରିବାକୁ ବିଶ୍ୱ ସମୁଦାୟ ଆଗରେ ଆକୁଳ ପ୍ରାର୍ଥନା କରିଥିବାର ୋଦଖିôବାକୁ ମିଳିଥିଲା। ଏବେ ଯେତେବେଳେ ଆମେରିକା ଆଗକୁ ଆସି ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତ କରାଇଲା, ସେତେବେଳେ ପାକିସ୍ତାନ ପୁଣିଥରେ ନିଜ ନିଚ୍ଚ ପ୍ରକୃତି ଦେଖାଇବା ଆରମ୍ଭ କରିଛି। ତେବେ ସମ୍ପ୍ରତି ପରିସ୍ଥିତି ଏପରି ହୋଇଛି ଯେ, ଭାରତ ଏବେ ପାକିସ୍ତାନ ବିପକ୍ଷରେ ପୁଣିଥରେ ଅସ୍ତ୍ର ଉଠାଇବାକୁ ବାଧ୍ୟ। ଭାରତ ଏବେ ପାକିସ୍ତାନ ବିରୋଧରେ ନିଜର ରୌଦ୍ର ତଥା ପ୍ରଳୟଙ୍କାରୀ ରୂପ ଧାରଣ କରିବ ବୋଲି ଅନୁମାନ କରାଯାଉଛି। ଅସ୍ତ୍ରବିରତି ସହମତି ପରେ ମଧ୍ୟ ପାକିସ୍ତାନର ଏପ୍ରକାର ଛୁରାଘାତର ଦୃଢ଼ ଜବାବ ଭାରତୀୟ ସେନା ନିଶ୍ଚିତ ଦେବ। ତେବେ ଏସବୁ ମଧ୍ୟରେ ଗୋଟିଏ ବଡ଼କଥା ହେଉଛି ଯେ, ଯେତେବେଳେ ଆମେରିକାର ମଧ୍ୟସ୍ଥତା ସତ୍ତ୍ୱେ ପାକିସ୍ତାନ ଏପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ ପୂର୍ବକ ଛଳନା କରିଛି ସେତେବେଳେ ଅନ୍ୟ କୌଣସି ଦେଶ ମଧ୍ୟ ଏବେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କିମ୍ବା ମୁଣ୍ଡ ଖେଳାଇବାକୁ ମଧ୍ୟ ସାହସ କରିବେନି। କାରଣ ଏବେ ଆଉ କୌଣସି ଦେଶ ପାକିସ୍ତାନକୁ ବିଶ୍ୱାସକୁ ନେଇ ଭାରତ ସହ କଥା ହେବାକୁ ଚାହିଁବେନି। ସେହିପରି ଭାରତ ମଧ୍ୟ ଏବେ ଆଉ କୌଣସି ଦେଶର କଥା ଶୁଣିବା ଆଶା କ୍ଷୀଣ।

ନିଜ ସରକାରଙ୍କୁ ମାନୁନି ପାକ୍ ସେନା
ଆମେରିକା ମଧ୍ୟସ୍ଥତାରେ ଭାରତ ସହ ଅସ୍ତ୍ରବିରତି ପାଇଁ ସହ ସମହତି ହେବାର କିଛି ଘଣ୍ଟା ବ୍ୟବଧାନରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବା ଘଟଣା ସମଗ୍ର ବିଶ୍ୱକୁ ହତବାକ୍ କରିଦେଇଛି। ଏଥିରୁ ଗୋଟିଏ କଥା ଅନୁମାନ କରାଯାଉଛି ଯେ, ପାକିସ୍ତାନ ସରକାରଙ୍କ ନିଜ ସେନା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ପାକିସ୍ତାନୀ ସେନା ନିଜ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁନାହାନ୍ତି। ଏପରି ହୋଇପାରେ, କାରଣ ପାକିସ୍ତାନ ସରକାରରେ ଦେଶର ସେନାର କର୍ତ୍ତୃତ୍ୱ କେତେମାତ୍ରାରେ ରହିଥାଏ ସେସମ୍ପର୍କରେ ସମଗ୍ର ବିଶ୍ୱ ବେଶ୍ ଭଲଭାବେ ଅବଗତ। ଏହାର ଆଉ ଏକ ଦିଗ ମଧ୍ୟ ରହିଛି। ପାକିସ୍ତାନ ସରକାର ଅନ୍ତର୍ଜାତୀୟସ୍ତରରେ ନିଜ ଛବିକୁ ମଳିନ ନକରିବା ପାଇଁ ଗୋଟିଏ କଥା କହୁଥିବା ବେଳେ ଅନ୍ୟପକ୍ଷେ ନିଜ ସେନାକୁ ଭିତିରିଆ ପୂର୍ଣ୍ଣ ସ୍ୱାଧୀନତା ଦେଇଥାଇପାରନ୍ତି। ତେବେ କାରଣ ଯାହା ବି ହେଉ, ଏସବୁରୁ ପାକିସ୍ତାନ ଆଉ ଥରେ ପ୍ରମାଣ ଦେଇଛି ଯେ, ଆତଙ୍କବାଦର କୌଣସି ଧର୍ମ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking