25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶସାମ୍ନାକୁ ଆସିଲେ ସୀମା ହାଇଦରଙ୍କ ଭଉଣୀ, କହିଲେ ..

ସାମ୍ନାକୁ ଆସିଲେ ସୀମା ହାଇଦରଙ୍କ ଭଉଣୀ, କହିଲେ ..

ନୂଆଦିଲ୍ଲୀ : ଭାରତ –ପାକିସ୍ତାନରେ ଯୁଦ୍ଧ ଭଳି ସ୍ଥିତି ମଧ୍ୟରେ ସୀମା ହାଇଦରଙ୍କ ମାମଲା ମଧ୍ୟ ଲଗାତାର ଚର୍ଚ୍ଚାରେ ରହିଛି। ଲୋକ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରୁଛନ୍ତି , କିନ୍ତୁ ସୀମା ପହଲଗାମ ହମଲା ପର ଠାରୁ ନିରବତା ଅବଲମ୍ୱନ କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ସେ ଗତ ୨ ସପ୍ତାହରୁ ଏକ ଭିଡ଼ିଓ ପୋଷ୍ଟ କରି ନାହାନ୍ତି। ଏହି ମଧ୍ୟରେ ଏବେ ସୀମା ହାଇଦରଙ୍କ ଭଉଣୀ ରିମା ହାଇଦରଙ୍କ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କାନ୍ଦିକାନ୍ଦି ସୀମାଙ୍କୁ ଘରକୁ ଫେରି ଆସିବାକୁ ଅପିଲ କରୁଛନ୍ତି। ସେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ନେଇ କହିଛନ୍ତି, ସୀମା ହାଇଦର ଓ ତାଙ୍କର ପିଲା ଭାରତରେ ସୁରକ୍ଷିତ ନାହାନ୍ତି। ଏଥିପାଇଁ ତାକୁ ତୁରନ୍ତ ପାକିସ୍ତାନ ଆସିବା ଉଚିତ। ଏହି ଭିଡ଼ିଓ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ପୋଷ୍ଟ କରିଛନ୍ତି।

ଏହି ଭିଡ଼ିଓରେ ବୁର୍ଖା ପିନ୍ଧି ଜଣେ ମହିଳା କାନ୍ଦୁ ଥିବାର ନଜର ଆସୁଛି ଏବଂ ସୀମାଙ୍କୁ ଫେରି ଆସିବାକୁ କହୁଛନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, ଏହି ମହିଳା ସୀମା ହାଇଦରଙ୍କ ଭଉଣୀ ରିମା। ମହିଳା ଭିଡ଼ିଓରେ କହୁଛନ୍ତି, ସୀମା ତୁମେ କେବେ ତ ନିଜ ପରିବାର ଲୋକଙ୍କୁ ଭଲ ପାଇ ଥିବ। ସେଠାରେ ସ୍ଥିତି ସୁରକ୍ଷିତ ନାହିଁ। ଯେବେ ଭାରତୀୟ ମାନେ ତୁମକୁ ପଠାଇବାକୁ ଚାହୁଁଛନ୍ତି ତ ତୁମେ କାହିଁକି ଆସିବାକୁ ଚାହୁଁନ।ତୁମର ପିଲା ସୁରକ୍ଷିତ ନୁହେଁ। ତୁମେ ଫେରି ଆସ। ତୁମକୁ କେହି ମାରିବେ ନାହିଁ। ତୁମେ ଗୁଲାମ ହାଇଦର ଭାଇଙ୍କ ପତ୍ନୀ। ସେ ତୁମକୁ କ୍ଷମା କରି ଦେବେ। ତୁମର କେହି କିଛି କରିବେ ନାହିଁ। ନିଜ ପିଲାଙ୍କ କଥା ଭାବ। ଏହାପରେ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅପିଲ କରୁଛନ୍ତି।

ସେ କହୁଛନ୍ତି , ମୁଁ ମୋଦି ଜୀଙ୍କୁ , ଯୋଗୀ ଜୀଙ୍କୁ କହିବାକୁ ଚାହୁଁଛି କି , ଆମକୁ ସାହାଯ୍ୟ କରନ୍ତୁ। ଯେବେ ସେଠାରେ ଭିସା ଥିବା ଲୋକଙ୍କ ଭିସା ଖାରଜ କରି ତାଙ୍କୁ ପଠାଇ ପାରୁଛନ୍ତି ତ ସୀମାକୁ କାହିଁକି ପଠାଇ ପାରୁନାହଁ। ତାଙ୍କର ତ ସଂପର୍କୀୟ ମଧ୍ୟ ସେଠାରେ ନାହାନ୍ତି। ସେ ଚାରି ଜଣ ପିଲାଙ୍କୁ ବେଆଇନ ଭାବେ ନେଇ ଯାଇଛନ୍ତି। ତାଙ୍କର କୌଣସି ତଲାକ୍‌ ହୋଇ ନାହିଁ। ସେ ମିଛ କହୁଛନ୍ତି। ସେ ଦାବି କରିଛନ୍ତି ଯେ ସୀମାଙ୍କୁ ମିଛ କହିବା ଶିଖା ଯାଉଛି ଏବଂ ଡରା ଯାଉଛି ଯେ , ଯଦି ତୁମେ ସେଠାକୁ (ପାକସ୍ତାନ) ଯିବ ତ ତୁମକୁ ମାରି ଦେବେ। ସେ କହିଛନ୍ତି , ସୀମା ହାଇଦରଙ୍କ ଦ୍ୱାରା ପାକିସ୍ତାନ ମୁର୍ଦାବାଦ ନାରା ଦିଆଯାଇ ଥିଲା। ସେ ନିଜେ ନାରା ଦେଇ ନାହାନ୍ତି । ଆମର ସାହାଯ୍ୟ କରନ୍ତୁ । ଆମେ ନିଃସହାୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking