16.1 C
Bhubaneswar
Saturday, December 6, 2025
Homeଓଡିଶାକିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ। କିଟ୍ ପରିସରରେ ଥିବା ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଛି । ପୋଲିସ କମିଶନର୍ ଏସ୍‌. ଦେବଦତ୍ତ ସିଂଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୃତ ଛାତ୍ରୀଙ୍କ ପରିଚୟ ପ୍ରୀଶା ଶାହା ବୋଲି ସୂଚନା ମିଳିଛି ।

ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୋଲିସର ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ। ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ଜଣେ ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହେବାକୁ ନେଇ ରାଜନୀତି ଜୋର ଧରିଥିଲା । ପୂର୍ବ ଘଟଣାକୁ ନେଇ କଂଗ୍ରେସ ତାତିଥିଲା,ଜବାବ ମାଗିଥିଲା ବିଜେପି । ଆଉ ଓଡ଼ିଶାରେ ବି ଦେଖିବାକୁ ମିଳିଥିଲା କିଟ୍ ଛାତ୍ରୀ ମୃତ୍ୟୁ ନିଆଁ । ସରକାର ମଧ୍ୟ ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସେହି ତଦନ୍ତର ରିପୋର୍ଟ ସାମ୍‌ନାକୁ ନଆସୁଣୁ ପୁଣି ଗଲା ଆଉ ଜଣେ ଛାତ୍ରୀଙ୍କ ଜୀବନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking