21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶକାଲି ଦେଉଥିଲେ ରକ୍ତ ବୁହାଇବାର ଧମକ: ଆଜି ବିକଳରେ କଲେ ଗୁହାରି

କାଲି ଦେଉଥିଲେ ରକ୍ତ ବୁହାଇବାର ଧମକ: ଆଜି ବିକଳରେ କଲେ ଗୁହାରି

ଇସଲାମାବାଦ: ପହଲଗାମ୍ ଘଟଣାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ରହିଛି । ଗୋଟିଏ ପଟେ ନୂଆଦିଲ୍ଲୀରେ ଘନଘନ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନ ବିକଳରେ କାକୁତିମିନତି ହେବା ଆରମ୍ଭ କରିଦେଇଛି । କାଲି ପର୍ଯ୍ୟନ୍ତ ପାକିସ୍ତାନୀ ନେତା, ସେନାଧିକାରୀ ଭାରତକୁ ନାଲି ଆଖି ଦେଖାଉଥିଲେ । ଏମିତିକି ପାକିସ୍ତାନର ରାଜନେତା ବିଲାୱଲ୍ ଭୁଟ୍ଟୋ, ସିନ୍ଧୁ ଜଳ ଚୁକ୍ତ ରଦ୍ଦ ପ୍ରସଙ୍ଗରେ ଭାରତୀୟଙ୍କ ରକ୍ତ ବୁହାଇବା କଥା ମଧ୍ୟ କହିବାକୁ ପଛାଇନଥିଲେ । କିନ୍ତୁ ଆଜି ଦିନରେ ପାକିସ୍ତାନର ଏହି ରାଜନେତାମାନେ ଆକ୍ରମଣ କିମ୍ବା ଯୁଦ୍ଧ ଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ ବୋଲି ଗୁହାରି କରିଛନ୍ତି ।

ରିପୋର୍ଟ ଅନୁସାରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଈଶାକ୍ ଡାର୍ ଭାରତ ଉଦ୍ଦେଶ୍ୟରେ ଏକ ବଡ଼ ଅପିଲ୍ କରିଛନ୍ତି । ଡାର୍ କହିଛନ୍ତି, ଭାରତ, ପାକିସ୍ତାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ । ଭାରତୀୟ ସେନାର ସାମ୍ନା କରିବାକୁ ପାକିସ୍ତାନ ପାଖରେ ସାମର୍ଥ୍ୟ, ଶକ୍ତି ନାହିଁ । ପାକିସ୍ତାନ ସେନା ଭାରତୀୟ ସେନା ପାଖରେ ଅସମର୍ଥ ଏବଂ ଦୁର୍ବଳ । ଇଶାକ୍ ଡାର୍‌ଙ୍କ ଏପ୍ରକାର ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍‌ଏଏ ଅଜିତ୍ ଡୋଭାଲ, ସିଡିଏସ୍ ଜେନେରାଲ ଅନୀଲ ଚୌହାନ ଏବଂ ତିନି ସେନାବାହିନୀର ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି ଏବଂ ୩ ସେନାବାହିନୀକୁ ଜୋରଦାର କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ମୁକ୍ତ କରିଦେଇଛନ୍ତି । ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଥିବା କଥାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ ମଧ୍ୟ ସ୍ୱୀକାର କରିସାରିଛନ୍ତି । ସେ କହିଛନ୍ତି ପାକିସ୍ତାନ-ଭାରତ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଏହା ଅତିବେଶୀରେ ୨/୪ ଦିନ ହିଁ ସମ୍ଭବ ହୋଇପାରିବ । ଭାରତକୁ ପାକିସ୍ତାନ ମାତ୍ର ୨/୪ ଦିନ ହିଁ ଜବାବ ଦେଇପାରିବ, ଏହା ଠାରୁ ଅଧିକ ନୁହେଁ ।

ଯଦିଓ ଈଶାକ୍ ଡାର୍ ଭାରତକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅପିଲ୍ କରିଛନ୍ତି ଏବଂ ନିଜ ଦେଶର ଦୁର୍ବଳତାକୁ ଖୋଲିଦେଇଛନ୍ତି ତଥାପି ସେ ନିଜ ମୁହଁଟାଣ ଛାଡିନାହାନ୍ତି । ଡାର୍ କହିଛନ୍ତି, ପାକିସ୍ତାନ ପ୍ରଥମେ ଆକ୍ରମଣ କରିବ ନାହିଁ, କିନ୍ତୁ ଯଦି ଭାରତ ଏପରି କିଛି ବି ପଦକ୍ଷେପ ଗ୍ରହଣ କରେ ତେବେ ପାକିସ୍ତାନ ନିଜ ପୂର୍ଣ୍ଣ କ୍ଷମତାର ସହ ଏହାର ଜବାବ ଦେବ, ଯାହାକି ଭାରତ ତୁଳନାରେ ନିଶ୍ଚିତ ରୂପେ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବ । ଏସବୁ ମଧ୍ୟରେ ଭାରତ-ପାକିସ୍ତାନ ସୀମାରେଖା (ଏଲଓସି)ରେ ପାକ୍ ସେନା ଗୁଳିମାଡ଼ ଜାରି ରଖିଛନ୍ତି । ପାକିସ୍ତାନ ବାୟୁସେନା, ସ୍ଥଳ ସେନା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking