20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଚୀନ୍‌କୁ ଗୁହାରି କଲା ପାକିସ୍ତାନ; ‘ଭାରତକୁ ବ୍ରହ୍ମପୁତ୍ର ନଦୀ ଜଳ ବନ୍ଦ କର’

ଚୀନ୍‌କୁ ଗୁହାରି କଲା ପାକିସ୍ତାନ; ‘ଭାରତକୁ ବ୍ରହ୍ମପୁତ୍ର ନଦୀ ଜଳ ବନ୍ଦ କର’

ଇସଲାମାବାଦ୍‌: ଭାରତ ପକ୍ଷରୁ ୧୯୭୨ର ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରାଯିବା ନେଇ କେନ୍ଦ୍ର ସରକାର କେବଳ ଘୋଷଣା କରିଛନ୍ତି । ପର୍ଯ୍ୟାୟ ପର୍ଯ୍ୟାୟ କରି ୩ଟି ପର୍ଯ୍ୟାୟରେ ପାକିସ୍ତାନକୁ ପ୍ରବାହିତ ହେଉଥିବା ସିନ୍ଧୁ ଜଳକୁ ରୋକିବା ଦିଗରେ ମୋଦୀ ସରକାର ଆଗକୁ ବଢ଼ୁଛନ୍ତି । ମୋଟାମୋଟି ବର୍ତ୍ତମାନ ସୁଦ୍ଧା ସିନ୍ଧୁଜଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇନାହିଁ । କିନ୍ତୁ ଭାରତ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ବିଚଳିତ ହୋଇପଡିଛି । ପାକିସ୍ତାନ ଭଲଭାବେ ଜାଣିଛି ଯେ, ଯଦି ଭାରତ ସିନ୍ଧୁ ଜଳକୁ ପାକିସ୍ତାନ ନଛାଡେ ତେବେ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ । ଏହି କାରଣରୁ ଭାରତ ଉପରେ ଚାପ ପକାଇବା ପାଇଁ ଗୋଟିଏ ପଟେ ପାକିସ୍ତାନର ନେତାମାନେ ବିବାଦୀୟ ବୟାନ ବାଜି କରିବା ଆରମ୍ଭ କରିଦେଇଥିବା ବେଳେ ଅନ୍ୟପଟେ ଆଉ କିଛି ପାକିସ୍ତାନୀ ନେତା ଚୀନ୍‌ର ଶରଣ ନେଇଛନ୍ତି । ଭାରତକୁ ଚୀନ୍ ମଧ୍ୟ ବ୍ରହ୍ମପୁତ୍ର ନଦୀ ଜଳ ପ୍ରବାହ ବନ୍ଦ କରିବାକୁ ପାକିସ୍ତାନ, ଚୀନ୍ ସରକାରଙ୍କୁ ଅପିଲ୍ କରିଥିବା ସୂଚନା ମିଳିଛି । ପାକିସ୍ତାନର ଲୋକମାନେ ଆଶା କରୁଛନ୍ତି ଯେ, ଚୀନ୍ ନିଶ୍ଚିତ ଭାବରେ ଭାରତକୁ ଶିକ୍ଷା ଦେବ । ଏହା ବ୍ୟତୀତ, ପାକିସ୍ତାନୀ ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ଭାରତର ସମସ୍ତ ନଦୀ ଚୀନ୍‌ରୁ ଉତ୍ପନ୍ନ ହୋଇଛି ଏବଂ ଚୀନ୍ ପାଣି ବନ୍ଦ କରିବା ପରେ, ଭାରତ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ହନ୍ତସନ୍ତ ହେବ । କିନ୍ତୁ ବାସ୍ତବତା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଅତୀତରେ ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସମେତ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କିନ୍ତୁ ଚୀନ୍ ସହ ଭାରତର ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ନାହିଁ । ବିଶେଷକରି ଦୁଇ ଦେଶ ମଧ୍ୟରେ କୌଣସି ଆଇନଗତ ବାଧ୍ୟତାମୂଳକ ଜଳ ବଣ୍ଟନ ଚୁକ୍ତି ନାହିଁ । ଏସବୁ ସତ୍ତ୍ୱେ ଚୀନ୍‌, ପାକିସ୍ତାନ କଥାରେ ପଡ଼ି ଭାରତ ସହ ଏପ୍ରକାର ଭୁଲ୍ କଦାପି କରିବାକୁ ସାହସ କରିବ ନାହିଁ । କାରଣ ଚୀନ୍ ବେଶ୍ ଭଲଭାବେ ଜାଣିଛି, ଯଦି ବ୍ରହ୍ମପୁତ୍ର ଜଳର ଭାରତକୁ ପ୍ରବାହ ରୋକାଯାଏ ତଥାପି ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି । ଭାରତର ଉତ୍ତର-ପୂର୍ବରେ ଅରୁଣାଚଳପ୍ରଦେଶ, ଆସାମ ଏବଂ ସିକ୍କିମ୍ ଭଳି ରାଜ୍ୟ କେବଳପ୍ରଭାବିତ କରିବ । ସେଠାକାର କୃଷି ପ୍ରଭାବିତ ହେବ ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି । କିନ୍ତୁ ଭାରତ ସରକାର ଏସବୁ ସାମୟିକ । କାରଣ ଭାରତରେ ବହୁ ନଦୀର ଉତ୍ପତ୍ତି ରହିଛି ଏବଂ ଭାରତ ଏହାର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପାନୀୟ ଜଳ ସମସ୍ୟା ମୁକ୍ତ କରିପାରିବ । ଏହା ବ୍ୟତୀତ, ଯଦି ଚାଷ ପ୍ରଭାବିତ ହୁଏ, ତେବେ ଅତି କମ୍‌ରେ ଶସ୍ୟର ଅଭାବ ହେବ ନାହିଁ । ଭାରତ ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଫାଷ୍ଟ-ଟ୍ରାକ୍ ଡ୍ୟାମ୍ ନିର୍ମାଣ କରି ଚୀନ୍‌ର ମୁକାବିଲା କରିପାରିବ । ଯାହା ଦ୍ୱାରା ଜଳକୁ ସଂରକ୍ଷଣ କରି ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ ।

ଏତଦ୍‌ବ୍ୟତୀତ ଭାରତରେ ଯେପରି ପାକିସ୍ତାନ ଆତଙ୍କବାଦର ପ୍ରସାର କରାଉଛି, ଭାରତର ସେପରି କୌଣସି ଆଭିମୁଖ୍ୟ କୌଣସି ଦେଶଙ୍କ ବିରୋଧରେ ନାହିଁ । ଚୀନ୍ ଓ ଭାରତ ମଧ୍ୟରେ ଗଲୱାନ ଘାଟି ବିବାଦକୁ ନେଇ ସୀମା ବିବାଦଜନିତ ଉଷ୍ମତା ରହିଥାଇପାରେ କିନ୍ତୁ ଏହା ଦୁଇ ଦେଶ ମଧ୍ୟରେ ବିବାଦ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି । ଭାରତ ଚୀନ୍ ଭିତରେ କୌଣସି ବିଚ୍ଛିନ୍ନତାବାଦୀ ଆନ୍ଦୋଳନ କିମ୍ବା ଦେଶ ଭିତରେ କୌଣସି ପ୍ରକାରର ଘରୋଇ ହିଂସାକୁ ଉସୁକାଇବାକୁ କଦାପି ଚେଷ୍ଟାକରିନାହିଁ । ଏହାର ଅର୍ଥ ବ୍ରହ୍ମପୁତ୍ର ନଦୀଜଳକୁ କେବଳ ପାକିସ୍ତାନ କଥାରେ ପଡ଼ି ଭାରତକୁ ନଛାଡିବା ପାଇଁ ଚୀନ୍ ପାଖରେ କୌଣସି କାରଣ ନାହିଁ । ଅନ୍ୟପକ୍ଷେ ଚୀନ୍ ବ୍ରହ୍ମପୁତ୍ର ନଦୀଜଳ ବନ୍ଦ କରିବା ଦ୍ୱାରା ଏହାର କିଛି ବି ଲାଭ ହେବନି ବୋଲି ଚୀନ୍ ଭଲଭାବେ ଜାଣିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking