27.2 C
Bhubaneswar
Thursday, April 16, 2026
Homeଦେଶ ବିଦେଶବନ୍ଦ ହେବ ପାକିସ୍ତାନ ଏୟାରସ୍ପେସ୍‌

ବନ୍ଦ ହେବ ପାକିସ୍ତାନ ଏୟାରସ୍ପେସ୍‌

ନୂଆଦିଲ୍ଲୀ: ବନ୍ଦ ହେବ ପାକିସ୍ତାନ ଏୟାରସ୍ପେସ୍‌।  ପାକିସ୍ତାନକୁ ବିମାନ ସେବା ବନ୍ଦ କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ପାକିସ୍ତାନକୁ ବିମାନ ସେବା ନେଇ ଉପୁଜିଥିବା ପରିସ୍ଥିତିର ସମୀକ୍ଷା କରାଯାଉଛି ଏବଂ ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲିବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି।

ଆମେ ପରିସ୍ଥିତିର ଅନୁଧ୍ୟାନ କରୁଛୁ ଏବଂ ବିମାନ ସେବା ସହ କାର୍ଯ୍ୟ କରୁଛୁ। ଯଦି ଆବଶ୍ୟକ ପଡ଼ିବ ତାହେଲେ ପାକିସ୍ତାନକୁ ବିମାନ ସେବା ବନ୍ଦ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି। ପାହଲଗାମ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ହେବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking