ଭୁବନେଶ୍ୱର: ଗବେଷଣା ଚକ୍ର, ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍, ସଂସୃଷ୍ଟି ଓ ପଞ୍ଚାୟତ ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ସଂସୃଷ୍ଟି ସଭାକକ୍ଷ ରେ ପାଳନ ହୋଇଯାଇଛି। ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ ବିଶେଷଜ୍ଞ ଓ ସମାଜ ବିଜ୍ଞାନୀ ମାନଙ୍କ ଦ୍ଵାରା “ସାମଗ୍ରିକ ବିକାଶ ଓ ପଞ୍ଚାୟତ” ଶୀର୍ଷକ ବିଷୟ ଉପରେ ବକ୍ତା ମାନେ ୭୩ତମ ସମ୍ବିଧାନ ସଂଶୋଧନର ଲକ୍ଷ୍ୟ, ଓଡ଼ିଶା ପଞ୍ଚାୟତିରାଜ ଆଇନ୍, ପେସା ପଞ୍ଚାୟତ, ପଲ୍ଲୀସଭା, ଗ୍ରାମସଭା ଓ ୩୨ ବର୍ଷର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଗବେଷିକା ପ୍ରଫେସର ଆଶା ହଂସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ସଭାରେ ଡେଭଲପମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଡଃ ସ୍ଵର୍ଣ୍ଣମୟୀ ତ୍ରିପାଠୀ, ଆଇଏସ୍ଏସ୍ ର ଗବେଷିକା ପ୍ରମିଳା ପଟ୍ଟନାୟକ, ପଞ୍ଚାୟତ ବିକାଶ ପରିଷଦର ରାଜ୍ୟ ଆବାହକ ନିରାକାର ବେଉରା, ପଞ୍ଚାୟତ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ, ନୀରଦ ବରଣ ଖୁଣ୍ଟିଆ, ଦେବବ୍ରତ ରାଉତ, ରମେଶ ଚନ୍ଦ୍ର ସାହୁ, ମାୟାଧର ବେହେରା, ଦ୍ୟୁତିକୃଷ୍ନ ନାୟକ ପ୍ରମୁଖ ପଞ୍ଚାୟତ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଉକ୍ତ ସମାରୋହରେ “ପଞ୍ଚାୟତ ପରିକ୍ରମା” ପତ୍ରିକା ଉନ୍ମୋଚନ କରାଯିବାସହ ଆଦର୍ଶ ସରପଞ୍ଚ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ “ପଞ୍ଚାୟତ ଗୈାରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା। କେଉଁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ର ସରପଞ୍ଚ ପ୍ରତିମା ଜେନା, ଯାଜପୁର ଜିଲ୍ଲା ଭୋଟକା ପଞ୍ଚାୟତ ର ସରପଞ୍ଚ ସ୍ମୃତିରେଖା ରାଉତ, ଖୋର୍ଦ୍ଧା ଜିଲ୍ଲା ମେଣ୍ଢାଶାଳ ପଞ୍ଚାୟତ ର ସରପଞ୍ଚ କୈାଶଲ୍ୟା ବଳିୟାର ସିଂହ, ଚନ୍ଦକା ସରପଞ୍ଚ ଅଜୟ କୁମାର ବେହେରା, ଦାରୁଠେଙ୍ଗ ପଞ୍ଚାୟତ ର ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, ଯାଜପୁର ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ସମିତି ସଭ୍ୟା କ୍ଷୀରାବ୍ଧୀ ତନୟା ମଲ୍ଲୀକ, ମୟୂରଭଞ୍ଜ ଜିଲ୍ଲା ଡେଙ୍ଗାମ୍ ପଞ୍ଚାୟତ ର ଓ୍ୟାଡମେମ୍ବର ବିଶ୍ରାମ ମାଙ୍କିଡିଆ, ଯାଜପୁର ଜିଲ୍ଲା ଶାଳିଜଙ୍ଗା ପଞ୍ଚାୟତ ର ନାଏବ ସରପଞ୍ଚ ନାଇକ ବାରୀ ଓ ପଞ୍ଚାୟତ ପ୍ରଶିକ୍ଷକ ଦେବବ୍ରତ ରାଉତ ପ୍ରମୁଖଙ୍କ ପଞ୍ଚାୟତ ବିକାଶ ଉପରେ ଅନବରତ ନିଷ୍ଠାପର କାର୍ଯ୍ୟ ପାଇଁ ପଞ୍ଚାୟତ ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।










